ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବିଶ୍ୱକପ୍‌ରେ ପନ୍ତ, ରାୟଡୁଙ୍କୁ ନିରାଶ ହେବାକୁ ପଡ଼ିଛି।

୨୦୧୯ ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଟିମ୍‌ ୧୫ ଜଣିଆ ଖେଳାଳିଙ୍କ ନାଁ ଘୋଷଣା ହେବା ପରେ ବିଶ୍ୱକପ୍‌ ପାଇଁ ବଢ଼ିଛି ହୃଦସ୍ପନ୍ଦନ। ତେବେ ଚଳିତ ବର୍ଷ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ ଦିନେଶ କାର୍ତ୍ତିକଙ୍କୁ ରଖାଯାଇଥିବା ବେଳେ ରିଷଭ ପନ୍ତ ଚୟନ କରାଯାଇନାହିଁ। ବହୁ ଦିନରୁ ଏହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିସିସିଆଇ ଏହା ଉପରୁ ପରଦା ଉଠାଇ ଦିନେଶ କାର୍ତ୍ତିକଙ୍କୁ ବିଶ୍ୱକପ୍‌ ପାଇଁ ଚୟନ କରିଛନ୍ତି।

ଚଳିତ ବିଶ୍ୱକପ୍‌ରେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ବଦଳରେ ଦଳରେ ଦିନେଶ କାର୍ତ୍ତିକଙ୍କୁ ଭର୍ତ୍ତି କରାଯାଇଛି। ବିଶ୍ୱକପ୍ ପାଇଁ ପନ୍ତ ଅଧିକ ଦାବିଦାର ଥିଲେ କିନ୍ତୁ ବିସିସିଆଇ ଚୟନକର୍ତ୍ତା ତାଙ୍କ ବଦଳରେ କାର୍ତ୍ତିକଙ୍କ ଉପରେ ଅଧିକ ଭରସା ଦେଖାଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଦଳର ଚତୁର୍ଥ ସ୍ଥାନ ପାଇଁ ଦାବିଦାର ଥିବା ଅମ୍ବାତି ରାୟୁଡୁଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ତାଙ୍କ ବଦଳରେ ଦଳରେ କେଏଲ୍‌ ରାହୁଲଙ୍କୁ ସାମିଲ କରାଯାଇଛି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ କେଏଲ୍‌ ରାହୁଲଙ୍କୁ ବିଶ୍ୱକପ୍ ପାଇଁ ଚୟନ କରାଯାଇଛି।

ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ବିରାଟ କୋହଲି(କ୍ୟାପ୍ଟେନ୍‌). ରୋହିତ ଶର୍ମା(ଭାଇସ୍‌ କ୍ୟାପ୍ଟେନ୍‌), ଶିଖର ଧୱନ, କେଏଲ୍‌ ରାହୁଲ, ବିଜୟ ଶଙ୍କର, ଏମ୍‌ଏସ୍‌ ଧୋନି(ୱିକେଟ୍‌ କିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ଜୁଜୁବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମି।

Comment