ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ଓ ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି ସବୁ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାରିଭିତରେ ଏମିତି ଏକ କଥା ସାମ୍ନାକୁ ଆସିଛି ଯାହାକୁ ଦେଖି ଯେଉଁମାନେ ଭୋଟ ଦେବାକୁ ଯାଉନାହାନ୍ତି ସେମାନଙ୍କୁ ପ୍ରେରଣା ମିଳିବ।

ବିବାହରର ଶାଢ଼ି, ବେକରେ ବରମାଳ ଓ ମଙ୍ଗଳସୁତ୍ର ପିନ୍ଧି ଭୋଟ୍ ଦେଇଛନ୍ତି ନବବଧୂ। ଏ ହେଉଛି ମଦୁରାଇର ଜଣେ ୨୧ ବର୍ଷ ଯୁବତୀଙ୍କ କଥା। ଯିଏ ନିଜ ବାହାଘର ବିଧି ସାରି ନିଜ ଭୋଟ୍ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହି ଯୁବତୀ ଜଣକ ହେଲେ ଆର.ନାଗାକୃତ୍ତିକା।

୨୧ ବର୍ଷୀୟ ଆର.ନାଗାକୃତ୍ତିକାଙ୍କର ଏହା ହେଉଛି ପ୍ରଥମ ମତଦାନ। ସେ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ୍ ଦେଇଛନ୍ତି। ଆଜି ତାଙ୍କର ବିବାହ ଥିଲା। ବିବାହର ସମସ୍ତ ରୀତିନୀତି ସକାଳ ୧୦ଟା ଭିତରେ ସରିଥିଲା।  ବିବାହ ସରିବା ପରେ ସେ ନିଜ ବିବାହ ପୋଷାକରେ ପୁଲିଂ କେନ୍ଦ୍ର ଯାଇ ନିଜର ପ୍ରଥମ ମତ ସାବ୍ୟସ୍ତ କରିଛନ୍ତି।

ସିଟି ମିଡିଲ ସ୍କୁଲ ପୋଲିଂ ବୁଥରେ ସେ ଭୋଟ ଦେଇଛନ୍ତି।

ଭୋଟ୍ ଦେଇ ସାରିବା ପରେ ସେ ମତଦାନ କେନ୍ଦ୍ର ବାହାରକୁ ଆସି ହାତରେ କାଳି ଲାଗିଥିବା ଅଙ୍ଗୁଳି ଦେଖାଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେଉଛି। ୯୫ ଲୋକସଭା ଆସନ ଲାଗି ମଇଦାନରେ ଅଛନ୍ତି ୧୬୦୦ରୁ ଅଧିକ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା।

Comment