ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଇଭିଏମ୍ ଏବଂ ଭିଭିପାଟ ମେସିନରେ ତ୍ରୁଟି। ସୁନ୍ଦରଗଡ଼ ଲୋକସଭା ଆସନର ୧୨୯ ଏବଂ ୨୧୩ ନମ୍ବର ବୁଥ ଏବଂ କନ୍ଧମାଳ ଲୋକସଭା ଆସନର ୨୧୦ ଓ ୨୨୨ ନମ୍ବର ବୁଥରେ ତ୍ରୁଟି ଦେଖିବାକୁ ମିଳିଛି। ଏହିସବୁ ବୁଥରେ ସାନି ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ସୁରେନ୍ଦ୍ର କୁମାର କହିଛନ୍ତି, ‘‘ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ୪ଟି ସ୍ଥାନରେ ଇଭିଏମ୍ ଏବଂ ଭିଭିପାଟ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏସବୁ ତ୍ରୁଟି ମନୁଷ୍ୟକୃତ। ଘଟଣା ତଦନ୍ତ କରାଯିବ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

ବିଧାୟକ ପ୍ରାର୍ଥୀଙ୍କ ପାଇଁ ଥିବା ଭିଭିପାଟ ଏବଂ ଇଭିଏମ୍ ମେସିନ ସାଂସଦ ପ୍ରାର୍ଥୀଙ୍କ ପାଇଁ ଲଗା ଯାଇଥିଲା। ଏହା ମନୁଷ୍ୟକୃତ ତ୍ରୁଟି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

Comment