ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ସାପକୁ ସବୁଠୁ ଭୟଙ୍କର ଜୀବ ବୋଲି କୁହାଯାଇଥାଏ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। କିନ୍ତୁ ଦୁନିଆରେ ଏଭଳି ସ୍ଥାନ ଅଛି ଯେଉଁଠି ଲୋକେ ଚା’ କଫି ପିଇବା ପରି ସାପ ରକ୍ତକୁ ପିଇ ଯାଉଛନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି। ଏହି ରକ୍ତ ପିଇବା ଦ୍ୱାରା ପୁଅମାନେ ବଳବାନ ହେଉଥିବା ବେଳେ ଝିଅମାନଙ୍କ ତ୍ୱଚା ସୁନ୍ଦର ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ।

ତେଣୁ ଏଠାରେ ଏହି ରକ୍ତ ବିକ୍ରି ବହୁଳ ପରିମାଣରେ ହୋଇଥାଏ।  ସକାଳେ ଓ ସନ୍ଧ୍ୟାରେ ବୁଲାବୁଲି କରିବା ସମୟରେ ଏହାକୁ ଚା’, କଫି ପରି ପିଆଯାଇଥାଏ।

ସାପ ରକ୍ତର ଚାହିଦା ଦେଖି ଏଠାକାର ଦୋକାନୀମାନେ ଦିନକୁ ହଜାର ହଜାର ସଂଖ୍ୟାରେ ସାପ କାଟିଥାନ୍ତି। ଏହି ଦୋକାନଗୁଡିକ ସନ୍ଧ୍ୟା ୫ଟାରେ ଖୋଲୁଥିବା ବେଳେ ରାତି ୧ଟାରେ ବନ୍ଦ ହୋଇଥାଏ।

ଏହି ରକ୍ତ ପିଇବାର ୩/୪ ଘଣ୍ଟା ପର୍ଯ୍ୟନ୍ତ ଚା’ କିମ୍ବା କଫି ନ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଫଳରେ ଏହି ରକ୍ତ ଶରୀରରେ ଠିକ୍ ଭାବେ କାମ କରିଥାଏ। ଖୋଦ୍ ଦୋକାନୀ ଲୋକଙ୍କୁ ପରାମର୍ଶ ଦେଇଥାଏ।

LEAVE A REPLY

Please enter your comment!
Please enter your name here