ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ, ‘ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ’

ଲୋକସଭା ନିର୍ବାଚନ ଯେତିକି ଆଗକୁ ବଢ଼ିଛି ରାଜନୀତି ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି। ନେତାଙ୍କ ଭିତରେ ବୟାନବାଜି ଓ ଆରୋପ-ପ୍ରତ୍ୟାରୋପ ପ୍ରତିଦିନ ଦେଖିବାକୁ ମିଳୁଛି।। ଏହାରି ଭିତରେ ଛତିଶଗଡ଼ କଂଗ୍ରେସ ବିଧାୟକଙ୍କ ଏକ ବିବାଦୀୟ ବୟାନକୁ ନେଇ ଅନେକ ଚର୍ଚ୍ଚା ହେଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଉଚିତ୍ ବୋଲି କହିଛନ୍ତି ଧରମଜୟଗଡ଼ର କଂଗ୍ରେସ ବିଧାୟକ ଲାଲଜିତ ରାଠିଆ। ଏହାକୁ ନେଇ କଂଗ୍ରେସ ଓ ବିଜେପି ଭିତରେ ବୟାନବାଜି ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବିଜେପି କରିବ ମେଗା ରୋଡ ସୋ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୬ରେ ବାରଣୀସୀ ଲୋକସଭା ଆସନ ଲାଗି ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ନରେନ୍ଦ୍ର ମୋଦିଙ୍କ ପ୍ରାର୍ଥିପତ୍ର ଦାଖଲର ପ୍ରକ୍ରିୟାକୁ ସୁପର ସୋରେ ପରିଣତ କରିବା ଲାଗି ଋଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୪ରେ ବି ମୋଦି ବିରାଟ ରୋଡ ସୋରେ ଯାଇ ନିଜର ନାମାଙ୍କନ ଦାଖଲ କରିଥିଲେ।

୨୦୧୪ରେ ଆଶାୟୀ ଥିଲି, ବହୁବର୍ଷ ହେବ ଦଳପାଇଁ କାମ କରୁଛି : ସୁଶାନ୍ତ ରାଉତ

ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ଲୋକସଭା ସହ ୪୨ଟି ବିଧାନସଭା ଆସନ ଲାଗି ମତଦନା ହେବ। ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ହଟ ସିଟ ଭିତରୁ ଗୋଟିଏ ହେଉଛି ଭୁବନେଶ୍ୱର ଉତ୍ତର ଆସନ। ଏହି ଆସନରୁ ଏଥର ବିଜେଡି ଟିକେଟରୁ ଲଢ଼ୁଛନ୍ତି ସୁଶାନ୍ତ ରାଉତ।

mamta

ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ – “ମତଦାନ ରିପୋର୍ଟ ଉଡ଼ାଇଛି ମମତାଙ୍କ ନିଦ”

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଜୋର ଧରିଛି ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବନିୟାଦପୁରରେ ପ୍ରଚାର କରିଛନ୍ତି। ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି।

ବେଦପ୍ରକାଶଙ୍କ ଦେହାନ୍ତ ପରେ ପାଟକୁରାରେ ନିର୍ବାଚନ ସ୍ଥଗିତ!

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ୮୨ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇଥିଲେ। ବେଦପ୍ରକାଶ ଏଥର ପାଟକୁରା ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ। ତାଙ୍କ ବିପକ୍ଷରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ।

ବେଦପ୍ରକାଶଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକା

‘‘ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଥିଲେ ବିଜୁ ବାବୁଙ୍କ ଘନିଷ୍ଠ ଏବଂ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି। ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟକ୍ତିଗତ ଭାବେ ମୋ ପାଇଁ ଏବଂ ଦଳ ପାଇଁ ଏକ ଅପୂରଣୀୟ କ୍ଷତି’’, ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି ନବୀନା

ପରଲୋକରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ

ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କର ଶନିବାର ପରଲୋକ ଘଟିଛିା ଭୁବନେଶ୍ୱରର ଏକ ଘେରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛିା ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।

୨୨ଯାଏଁ ଆମେଥି ଲାଗି ରାହୁଲ ଦାଖଲ କରିଥିବା ପ୍ରାର୍ଥିପତ୍ରର ଯାଞ୍ଚ ଘୁଞ୍ଚିଲା

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆମେଥି ଲୋକସଭା ଆସନରୁ ଲଢ଼ୁଛନ୍ତି। ଏହି ଆସନ ଲାଗି ରାହୁଲ ନିଜ ପ୍ରାର୍ଥିପତ୍ର ଦାଖଲ ବି କରିସାରିଛନ୍ତି। ମାତ୍ର ଏହାପରେ ପ୍ରାର୍ଥିପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଖୋର୍ଦ୍ଧା-ବେଗୁନିଆ-ଚିଲିକାରେ କ’ଣ ହେବ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ?

ବାରବାଟୀ-କଟକ ନିର୍ବାଚନମଣ୍ଡଳୀ : ଏଥର କାଣ୍ଟେ କି ଟକ୍କର

ବିଜୟ ମହାପାତ୍ରଙ୍କ ସମୟ ଖରାପ!

Comment