ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ୮୨ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇଥିଲେ।

ବେଦପ୍ରକାଶ ଏଥର ପାଟକୁରା ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ। ତାଙ୍କ ବିପକ୍ଷରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ।

ବେଦପ୍ରକାଶଙ୍କ ବିୟୋଗ ପରେ ପାଟକୁରା ନିର୍ବାଚନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି କ’ଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ବେଦପ୍ରକାଶଙ୍କ ବିୟୋଗରେ କେନ୍ଦ୍ରପଡ଼ାର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା,  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଦୁଃଖ ପ୍ରକାଶ କରିଛନ୍ତି। ବେଦପ୍ରକାଶଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Comment