ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନାର ଏକ ଅଭୁତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏକ ନିର୍ମାଣାଧିନ କାମ ସମୟର। ଭାଇରାଲ ଭିଡିଓରେ ସମସ୍ତ ଶ୍ରମିକମାନେ ବିଜୁଳି ଖୁଣ୍ଟି ତିଆରି କରୁଥିବାର ନଜର ଆସିଛି। ପାଖାପାଖି ୧୬୦ ଫୁଟ ଉଚ୍ଚ ବିଶିଷ୍ଟ ଲୁହା ଖମ୍ବରେ ଚଢ଼ି କାମ କରୁଛନ୍ତି।  ଅପରାହ୍ନ ସମୟରେ ଖାଇବା ପରେ ଥକାପଣ ମେଣ୍ଟାଇବା ପାଇଁ ଏହି ଖମ୍ବ ଉପରେ ଶୋଇଯାଇଛନ୍ତି।

କିଏ ଖମ୍ବରେ ଝୁଲି ଶୋଇଛି ତ ଆଉ କିଏ ଖମ୍ବକୁ ଲାଗି ବିଶ୍ରାମ ନେଉଛି। କାରଣ ଏତେ ଉଚ୍ଚତା ବିଶିଷ୍ଟ ଖମ୍ବ ଉପରୁ ଓହ୍ଲାଇ ବିଶ୍ରାମ ନେବା ବହୁତ କଷ୍ଟକର। ଭିଡିଓଟିକୁ ଦେଖିବାକୁ ଯେତିକି ଭଲ ଲାଗୁଛି ଏହା ସେତିକି ବିପଦଜନକ ମଧ୍ୟ ଅଟେ।

Comment