ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସରିଛି ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର। ଶେଷଦିନରେ ବି ପୁରୀରେ ଦେଖିବାକୁ ମିଳିଥିଲା ହାଇଭୋଲଟଜେ ପ୍ରଚାର। ପୁରୀ ଲୋକସଭା ଲାଗି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଚାର ଶେଷ କରିଛନ୍ତି ଜଗନ୍ନାଥଙ୍କ ଦର୍ଶନ କରି।

ସେ ପୂର୍ବାହ୍ନରେ ଜଗନ୍ନାଥ ମନ୍ଦିରକୁ ଆସିଥିଲେ। ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜ ପ୍ରଚାର ଶେଷ କରିଥିବା ପ୍ରିତିକ୍ରିୟାରେ କହିଛନ୍ତି।

“ମୁଁ ଜଗନ୍ନାଥଙ୍କ ଚରଣରୁ ହିଁ ପ୍ରଚାର ଆରମ୍ଭ କରିଥିଲି ଆଜି ମୁଁ ନିଜକୁ ତାଙ୍କ ନିକଟରେ ସରେଣ୍ଡର କରିଛି। ଯେଉଁ ମଣିମା ମୋତେ ଡାକିଛନ୍ତି, ତାଙ୍କ ଚରଣକୁ ଆସିଜାଇଛି। ସେ ମୋତେ ମାରିଲେ ମାରିବେ ରଖିଲେ ରଖିବେ।” କହିଛନ୍ତି ସମ୍ବିତ ପାତ୍ରା

ଏ ଯୁଦ୍ଧ ସାମାନ୍ୟ ଯୁଦ୍ଧ ନୁହଁ

“ମୁଁ ଜାଣିଛି ଏ ଯୁଦ୍ଧ ସାମାନ୍ୟ ଯୁଦ୍ଧ ନୁହଁ। ଏ ଯୁଦ୍ଧ ହେଉଛି ଗୋଟେ ସାଧାରଣ ମଣିଷର ଜଣେ ଅତି ଧନୀ ମଣିଷ ସହ। ମୋ ପାଖରେ ବହୁତ ଟଙ୍କା ନାହିଁ। ସେମାନଙ୍କ ପାଖରେ ଅନେକ ଟଙ୍କା ଅଛି ଓ ଟଙ୍କା କାରବାର ବି ହେଉଛି। ମାତ୍ର ଆମ ପାଖରେ ଯାହା ଅଛି ତାହା କାହା ପାଖରେ ବି ନାହିଁ।” ମିଡିଆସହ ଆଲୋଚନା କଲାବେଳେ ଏହାଥିଲା ସମ୍ବିତଙ୍କ ପ୍ରତିକ୍ରିୟା।

ମୋ ପାଖରେ ଜନାତାଙ୍କ ଆଶିର୍ବାଦ ଅଛି

“ମୋ ପାଖରେ ଜନତାଙ୍କ ଆଶିର୍ବାଦ ଓ ମଣିମାଙ୍କ ଆଶିର୍ବାଦ ଅଛି। ମୁଁ ଜଗନ୍ନାଥଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଛି। ପୁରୀବାସୀ ପ୍ରଚାର ସମୟରେ ଯେଉଁ ଭଲପାଇବା ମୋତେ ଦେଇଛନ୍ତି ତାହା ମୁଁ କେବେ ଭୁଲି ପାରିବିନି। ମୁଁ ପୁରୀବାସୀଙ୍କୁ କୋଟି କୋଟି ନମନ କରୁଛି।” ଏହା ଥିଲା ସମ୍ବିତଙ୍କ ପ୍ରଚାର ଶେଷବେଳର ପ୍ରତିକ୍ରିୟା।

ପ୍ରଚାର ସରିଛି। ୨୩ରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ଅନ୍ୟପଟେ ମେ ୨୩ ରେଜଲ୍ଚକୁ ସମସ୍ତଙ୍କ ଅପେକ୍ଷା।

Comment