ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ଦେଶରେ ୧୧୬ ଲୋକସଭା ଆସନ ଲାଗି ମତଦାନ ହେବ। ୧୩ରାଜ୍ୟ ସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଆସନଲାଗି ଭୋଟ ପଡ଼ିବ। ତେବେ ଆସନ୍ତୁ ଜାଣିବା ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା।

୩ ରାଜ୍ୟସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତାକାଲି ମତଦାନ ଶେଷ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୁଜୁରାଟ, କେରଳ, ଗୋଆ, ଦାଦ୍ରାନଗର ହାବେଳୀ ଓ ଡାମନ ଡିଉ ରାଜ୍ୟଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। କେରଳରେ ୨୬ ଲୋକସଭା, କେରଳରେ ୨୦ ଲୋକସଭା, ଗୌଆରେ ୨ଲୋକସଭା, ଦାଦ୍ରା ନଗର ହାଭେଳିରେ ଗୋଟିଏ ଆସନ ଲାଗି ଓ ଡାମନ ଡିଉରେ ଗୋଟିଏ ଲୋକସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧୬ ଆସନ ଲାଗି ମଇଦାନରେ ମୋଟ ୧୬୨୨ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ୧୬୨୨ ପ୍ରାର୍ଥୀଙ୍କ ମଧ୍ୟରେ ମୋଟ ୧୪୪ ମହିଳା ଅଛନ୍ତି। ବାକି ଆସନରେ ପୁରୁଷ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି।

Comment