ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ମହାସିଚବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହୋଇପାରନ୍ତି। ଏ ନେଇ ରାଜନୈତିକ କରିଡରରେ ଢେର ଚର୍ଚ୍ଚା। ଅନ୍ୟପଟେ ପ୍ରିୟଙ୍କା ନିଜେ ଏ ନେଇ ସଙ୍କେତ ଦେଇସାରିଛନ୍ତି ଯେ ଯଦି ଦଳ ତାଙ୍କୁ ଟିକେ ଦିଏ ତେବେ ନିଶ୍ଚିତ ଭାବେ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ।

ସୂଚନାନୁସାରେ ଏପ୍ରିଲ ୨୯ରେ ପ୍ରିୟଙ୍କା ବାରଣାସୀରେ ପହଞ୍ଚିବେ ସେଠାରେ ସେ କାଳ ଭୈରବ ମନ୍ଦିରରେ ପୂଜା କରିବେ।

କହିରଖୁଛୁ ଏପ୍ରିଲ ୨୯ ହେଉଛି ବାରଣାସୀ ଲାଗି ନାମାଙ୍କନ ଦାଖଲର ଶେଷ ତାରିଖ। ସେହି ଦୃଷ୍ଟିରୁ ଚର୍ଚ୍ଚା ହେଉଛି କି ପ୍ରିୟଙ୍କା କାଳ ଭୈରବଙ୍କ ପୂଜା କରିସାରିବା ପରେ ବାରଣାସୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ। ମନ୍ଦିରରେ ପ୍ରିୟଙ୍କାଙ୍କା ପୂଜାନେଇ ସୂଚନା ଦିଆଯାଇସାରିଛି।

ତେବେ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସ ମୋଦିଙ୍କ ବିରୋଧରେ ପ୍ରାର୍ଥୀ କରୁଛି ନା ଆଉ କାହାକୁ ଟିକେଟ ଦେଉଛି ତାହା ସ୍ପଷ୍ଟ ହେବ ଏପ୍ରିଲ ୨୯ରେ।

Comment