ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବୁଥରେ ଅନିୟମିତତା କରିବା ଅଭିଯୋଗରେ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କେନ୍ଦୁଝର ଜିଲ୍ଲା ରିଟର୍ଣ୍ଣିଂ ଅଫିସର। ଘସିପୁରା ନିର୍ବାଚନମଣ୍ଡଳୀରେ ଏପ୍ରିଲ ୨୩ରେ ଭୋଟ ଗ୍ରହଣ ହେଉଥିଲା।

୧୭୧ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ସୁରେଶ ଚନ୍ଦ୍ର ନାୟକ ଏବଂ ପୋଲିଂ ଅଫିସର ଯୁଧିଷ୍ଠିର ପଣ୍ଡା ଇଭିଏମ ପରିଚାଳନାରେ ଅନିୟମିତତା କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ନୟାଗଡ଼ ଜିଲ୍ଲାପାଳ ୮ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ସେହିପରି ବରଗଡ଼ ଜିଲ୍ଲାପାଳ ମଧ୍ୟ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଳମ୍ବିତ କରିଥିଲେ।

Comment