ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସମେତ ୯ଟି ରାଜ୍ୟରେ ମତଦାନ ହେଉଛି। ୭୧ ଲୋକସଭା ଆସନ ଲାଗି ଭୋଟ୍ ଦେଉଛନ୍ତି ୧୨ କୋଟିରୁ ଅଧିକ ଭୋଟର୍।

ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ ସମସ୍ତଙ୍କ ନଜର ରହିଛି ମୁମ୍ବାଇ ଉପରେ। କେତୋଟି କାରଣ ପାଇଁ ମୁମ୍ବାଇ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଆଜି ୧୭ ଲୋକସଭା ଆସନଲାଗି ଭୋଟିଂ ହେଉଛି। ଏହାସହିତ ମୁମ୍ବାଇରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ଓ ଶିଳ୍ପପତିମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

ଗଣତନ୍ତ୍ର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ଶିଳ୍ପପତି ଅନୀଲ ଅମ୍ବାନୀ। ଜିଡି ସୋମାନି ସ୍କୁଲର ୨୧୬ ନମ୍ବର ବୁଥରେ ଅନୀଲ ନିଜ ଭୋଟ୍ ଦେଇଛନ୍ତି।

Comment