ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସାରା ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ବର୍ତ୍ତମାନର ସୂଚନା ଅନୁଯାୟୀ, ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ତେବେ ବିଭିନ୍ନ ସ୍ଥାନରେ ଇଭିଏମ୍‌ ସମସ୍ୟା ଦେଖା ଦେବା ହେତୁ ବିଳମ୍ବରେ ମତଦାନ ହେଉଛି।

ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ମତଦାନ ହେଉଛି। ୬ଲୋକସଭା ଆସନ ଲାଗି ୫୨ଜଣ ପ୍ରାର୍ଥୀ ଓ ୪୧ ବିଧାନସଭା ଆସନ ଲାଗି ମଇଦାନରେ ୩୩୬ଜଣ ପ୍ରାର୍ଥୀ ଅଛନ୍ତି।

Comment