ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମେ’ ୨ରୁ ଆରମ୍ଭ ହେବ ଆବେଦନ
  • ପ୍ରଥମଥର ପାଇଁ ଓଏମ୍‌ଆର୍‌ ସିଟ୍‌ରେ ହେବ ପରୀକ୍ଷା
  • ଅନ୍‌ଲାଇନ୍‌ରେ ହେବ ଖାତା ମୂଲ୍ୟାୟନ

ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୧୯-୨୦ ଶିକ୍ଷାବର୍ଷ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲି ମେ’ ୨ରୁ ଆରମ୍ଭ ହେବ। ଏନେଇ ବୁଧବାର ବିଶ୍ୱବିଦ୍ୟାଳୟ ଅଫିସିଆଲ୍‌ ୱେବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବ।

ଚଳିତ ଶିକ୍ଷାବର୍ଷ ପ୍ରଥମଥର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପାରୀକ୍ଷା ପ୍ରଶ୍ନପତ୍ର ଓଏମ୍‌ଆର ସିଟ୍‌ ମାଧ୍ୟମରେ ଆସିବ। ସେହିପରି ଅନ୍‌ଲାଇନ୍‌ରେ ଖାତା ମୁଲ୍ୟାୟନ ହେବ। ପ୍ରବେଶିକା ପାରୀକ୍ଷାରେ ସ୍ୱଚ୍ଛତା ଅଣିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ସେହିପରି ଖାତା ମୁଲ୍ୟାୟନ ପରେ ପାରୀକ୍ଷା ଆନ୍ସର କି’ ବିଶ୍ୱବିଦ୍ୟାଳୟ ଅଫିସିଆଲ୍‌ ୱେବସାଇଟ୍‌ରେ ପ୍ରକାଶ ପାଇବ। ଚଳିତ ଶିକ୍ଷାବର୍ଷ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ମୋଟ ୨୯ଟି ପାଠ୍ୟକ୍ରମ ପାଇଁ ଆବେଦନ କରାଯିବ। ଆସନ୍ତାକାଲିଠୁ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ କରିପାରିବେ।

Comment