ଓଡ଼ିଶାଲାଇଭ୍ ବ୍ୟୁରୋ

ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ଯାହାପାଇଁ ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ଫନି’। ‘ଫନି’ ବାତ୍ୟାରୁ ବର୍ତ୍ତିବା ପାଇଁ ଏସଆରସି କେତୋଟି କଥା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି।

ବାତ୍ୟା ପୂର୍ବରୁ କ’ଣ କରିବେ?

  • ଭୟଭୀତ ହୁଅନ୍ତୁ ନାହିଁ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।
  • ଜରୁରୀ କାଗଜପତ୍ରକୁ ଓ୍ୱାଟରପ୍ରୁଫ୍ ବ୍ୟାଗରେ ରଖନ୍ତୁ।
  • ନିଜର ଘରର ଟାଇଲ୍ସ, କବାଟ, ଝରକା ଆଦିକୁ ଭଲଭାବେ ଯାଞ୍ଚ କରନ୍ତୁ। ଯଦି ସେଥିରେ କୌଣସି ଅସୁବିଧା ଦେଖାଦିଏ ତୁରନ୍ତ ଠିକ୍ କରନ୍ତୁ।
  • ନିଜର ମୋବାଇଲ ଫୋନ୍ ଚାର୍ଜ ରଖନ୍ତୁ।
  • ଘର ଆଖପାଖରେ ଥିବା ବଡ଼ ବଡ଼ ଶୁଖିଲା ଗଛଗୁଡ଼ିକୁ କାଟି ଦିଅନ୍ତୁ।
  • ଏସ୍‌ଏମ୍‌ଏସ୍‌ ବ୍ୟବହାର କରନ୍ତୁ।
  • ହେଲ୍ପଲାଇନ୍ ନମ୍ବର ୧୦୭୦ରେ କଲ୍ କରନ୍ତୁ।
  • ପାଣିପାଗର ଖବର ପାଇଁ ରେଡ଼ିଓ, ଟିଭି, ଖବରକାଗଜ ପଢ଼ନ୍ତୁ।
  • ଆବଶକୀୟ କାଗଜପତ୍ର ଓ ମୂଲ୍ୟବାନ ସାମଗ୍ରୀ ଆଦିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।
  • ଟିଣ ଘରର ଟିଣକୁ ଭଲଭାବେ ଯାଞ୍ଚ କରନ୍ତୁ। ଯଦି ଏହାର ନଟ୍‌ ଢ଼ିଲା ଥାଏ, ତେବେ ତାହାକୁ ଟାଇଟ୍ କରି ଦିଅନ୍ତୁ। କାରଣ ବାତ୍ୟା ସମୟରେ ଏହା ମାରାତ୍ମକ ହୋଇପାରେ।
  • ଗୃହପାଳିତ ପଶୁଙ୍କୁ ଗୋଟିଏ ସ୍ଥାନରେ ସୁରକ୍ଷିତ ରଖନ୍ତୁ।
  • ଯଦି ଆପଣଙ୍କ ଘର ମାଟିର ହୋଇଥାଏ, ତେବେ ଛାତ ଘରକୁ ସ୍ଥାନାନ୍ତରିତ ହୋଇଯାଆନ୍ତୁ।
  • ଆପଣଙ୍କର ଝରକା ଯଦି କାଚର ହୋଇଥାଏ, ତେବେ ବାହାର ପଟୁ କାଠର ପଟା ଲଗାଇ ଦିଅନ୍ତୁ।
  • ମହମବତି, ଦିଆସିଲ ଆଦିକୁ ପାଖରେ ରଖନ୍ତୁ।
  • ଆବଶ୍ୟକୀୟ ମେଡ଼ିସିନ୍ ପାଖରେ ରଖନ୍ତୁ।
  • ନିଜ ପାଖରେ ଅତି ଆବଶ୍ୟକୀୟ ଜିନିଷ ରଖନ୍ତୁ।
  • ଆବଶ୍ୟକୀୟସ୍ଥଳ ଖାଇବା ପାଇଁ ଘରେ ଶୁଖିଲା ଜିନିଷ ରଖନ୍ତୁ। ଯେପରିକି, ବିସ୍କୁଟ, ପାଉଁରୁଟି, ଚୂଡ଼ା ଓ ଗୁଡ଼ ଆଦିକୁ ରଖିପାରିବେ।
  • ମୋବାଇଲ ବ୍ୟବହାରକାରୀମାନେ ସେମାନଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ଚାର୍ଜ କରି ଦିଅନ୍ତୁ।
  • ବୟସ୍କ କିମ୍ବା ଛୋଟ ପିଲାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
  • ଲଣ୍ଠନରେ କିରୋସିନ ଭର୍ତ୍ତି କରି ଦିଅନ୍ତୁ। ଏହାଛଡ଼ା ଆପଣଙ୍କ ପାଖରେ ଯଥେଷ୍ଟ ପରିମାଣର କିରୋସିନ ତେଲକୁ ରଖନ୍ତୁ।
  • ବିଦ୍ୟୁତ୍ ଉପକରଣ ଆଦିକୁ ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ। ଯେପରି ସେଥିରେ ପାଣି ନ ପଶେ ସେଥିପାଇଁ ସଜାଗ ରୁହନ୍ତୁ।

ବାତ୍ୟା ସମୟରେ ସତର୍କତା

  • ଘରର ବିଦ୍ୟୁତ୍ ଓ ଗ୍ୟାସ ପାଇପ୍ ଲାଇନର ସଂଯୋଗ କାଟି ଦିଅନ୍ତୁ।
  • ଘର ଅସୁରକ୍ଷିତ ଥିଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ।
  • ସିଝା ପାଣି ପିଅନ୍ତୁ।

ବାତ୍ୟା ପରବର୍ତ୍ତୀ ସଚେତନତା

  • ଅସୁରକ୍ଷିତ ଘରକୁ ଯାଆନ୍ତୁ ନାହିଁ।
  • ଭଙ୍ଗା ବିଦ୍ୟୁତ୍ ଖୁଣ୍ଟ ଓ ତାରଠାରୁ ଦୂରେଇ ରୁହନ୍ତୁ।
  • ଆଶ୍ରୟ ପାଇଁ ଯଥା ଶୀଘ୍ର ସୁରକ୍ଷିତ ସ୍ଥାନକୁ ବାଛନ୍ତୁ।

ବାତ୍ୟା ପରେ କ’ଣ କରିବେ?

  • ଫୁଟା ପାଣି କିମ୍ବା କ୍ଲୋରିନ୍‌ଯୁକ୍ତ ପାଣି ପିଅନ୍ତୁ।
  • ଭାଙ୍ଗିଯାଇଥିବା ବିଜୁଳି ଖୁଣ୍ଟ, ଚଟଣା ଓ ତାର ଠାରୁ ଦୂରେଇ ରୁହନ୍ତୁ।
  • ସରକାରୀ ସତର୍କତା ସୂଚନା ଉପରେ ବିଶ୍ୱାସ କରନ୍ତୁ।

ମତ୍ସ୍ୟଜୀବୀଙ୍କ ପାଇଁ ସର୍କକତା

  • ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ।
  • ବ୍ୟାଟେରି ସହ ରେଡିଓ ପାଖରେ ରଖନ୍ତୁ। କାରଣ ଏହା ଆପଣକୁ ବାତ୍ୟା ସମ୍ପର୍କିତ ଖବର ଦେବାରେ ସାହାଯ୍ୟ କରିବ।
  • ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖନ୍ତୁ।

କୃଷକମାନଙ୍କ ପାଇଁ ସୂଚନା

  • ବର୍ଷା ସମୟରେ ଆମ୍ବ ଓ କାଜୁ ବଗିଚାରେ ରୁହନ୍ତୁ ନାହିଁ।
  • ପନିପରିବା ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ।
  • ବର୍ଷ ସମୟରେ ଚାଷ ଜମିକୁ ଯାଆନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here