ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ବାତ୍ୟା ହେବା କୌଣସି ନୂଆ କଥା ନୁହେଁ। ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାକୁ ଓଡ଼ିଶାର ରୂପରେଖକୁ ବଦଳାଇ ଦେଇଥିଲା।  ହୁଡହୁଡ୍, ଫାଇଲିନ ଏବଂ ତିତଲି ଭଳି ଅନେକ ପ୍ରାକୃତିକ ଦୁର୍ବିପାକକୁ ଓଡ଼ିଶା ଦେଖିଛି। ସାଧାରଣତଃ ବାତ୍ୟା ପାଇଁ ଅକ୍ଟୋବର ମାସକୁ ଅଶୁଭ ବୋଲି ମନେ କରାଯାଏ। ହେଲେ ଇତିହାସର ପୃଷ୍ଠା ଲେଉଟାଇଲେ ମେ’ ମାସରେ ମଧ୍ୟ ଓଡ଼ିଶା ଅନେକ ଥର ବାତ୍ୟାକୁ ସାମ୍ନା କରିଛି।

ମେ’ ମାସରେ ବାତ୍ୟା, ଏଥିପାଇଁ କେବଳ ବିଶ୍ୱ ଜଳବାୟୁରେ ପରିବର୍ତ୍ତନ ହିଁ ଦାୟୀ। ପୂର୍ବରୁ ମେ’ ମାସରେ ବି ବାତ୍ୟା ହୋଇଛି।  ୧୮୯୩, ୧୯୧୪, ୧୯୧୭, ୧୯୮୨, ୧୯୮୯ ମେ’ମାସରେ ବାତ୍ୟା ହୋଇଥିବା ଜଣାପଡ଼ୁଛି। ତେବେ ୧୧ ଅକ୍ଟୋବର ୨୦୧୮ରେ ତିତ୍‌ଲି ବାତ୍ୟାକୁ ସାମ୍ନା କରିଥିବା ଓଡ଼ିଶାବାସୀ ୬ମାସ ଭିତରେ ପୁଣି ‘ଫନି’ଭଳି ବାତ୍ୟାକୁ ସାମ୍ନା କରିବାକୁ ଯାଉଛନ୍ତି। କିନ୍ତୁ ଏପ୍ରିଲ ଏବଂ ମେ’ ମାସରେ ବାତ୍ୟା ହେବା ବିରଳ ବୋଲି କୁହାଯାଉଛି।

କେବଳ ଓଡ଼ିଶା ନୁହେଁ ଦେଶ ଓ ବିଶ୍ୱର ଅନେକ ରାଷ୍ଟ୍ରରେ ମଧ୍ୟ ଏପ୍ରିଲ ଏବଂ  ମେ’ ମାସରେ ବାତ୍ୟା ହୋଇଛି। ଗତ ଗୁରୁବାର  ଆଫ୍ରିକାର ମୋଜାମ୍ବିକରେ ‘କିନିଥ୍’ ନାମକ ବାତ୍ୟା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ଫଳରେ ୫ ଜଣଙ୍କ ଜୀବନ ଯାଇଥିଲାବେଳେ ପ୍ରବଳ ବର୍ଷା ଯୋଗୁ ଧନଜୀବନ ହାନି ହୋଇଥିଲା । ପାଖାପାଖି ୭ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ। ୧୨ ଘଣ୍ଟାରେ ୪୩୦ ମିଲିମିଟର ବର୍ଷା ଫଳରେ ବନ୍ୟା ସୃଷ୍ଟି ହୋଇଥିଲା। ଯାହାଦ୍ୱାରା ୩୫ ହଜାର ଘର ନଷ୍ଟ ହୋଇଛି।

Titli turns into a severe cyclonic storm

ଆମେରିକାରେ ଅଧିକାଂଶ ବାତ୍ୟା ମେ’ ମାସରେ ହୋଇଥାଏ । ମିସିସିପିରେ ଗତ ୧୯ ବର୍ଷ ମଧ୍ୟରେ ୨୭୯ ଥର ବାତ୍ୟା ହୋଇସାରିଲାଣି।  ୧୯୯୮ରୁ ୨୦୧୭ ମଧ୍ୟରେ କେବଳ ମେ’ ମାସରେ ହିଁ ଏଠାରେ ଘୂର୍ଣ୍ଣଝଡ଼ ସାଙ୍ଗକୁ ବାତ୍ୟା ହୋଇଥାଏ।

Comment