ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଆଦାନୀ ପୋର୍ଟସ୍ ଓ ଏସଇଜେଡ୍ ପକ୍ଷରୁ ୨୫ କୋଟି ଟଙ୍କା ଦିଆଯାଇଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଦିଆଯାଇଛି।

ସେହିପରି ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୫ ଲକ୍ଷ, ଇକ୍ୟୁପେଜ୍ ଇନଫ୍ରାକ୍ରୋର ପ୍ରାଇଭେଟ ଲିମିଟେଡ ପକ୍ଷରୁ ୮୩ ହଜାର ଟଙ୍କା ଦିଆଯାଇଛି।

ଆଦାନୀ ପୋର୍ଟସ୍‌ର ସିଇଓ କରନ ଆଦାନୀ, ଆଇସିଆଇସିଆଇ ବ୍ୟାଙ୍କ ରିଟେଲ ବିଜିନେସ୍ ମୁଖ୍ୟ ସିଦ୍ଧାର୍ଥ ମିଶ୍ର, ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱରର ରିଜିଓନାଲ ମ୍ୟାନେଜର ଓ୍ୱାଇ ଏନ୍ ଦ୍ୱିବେଦୀ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେକ୍ ପ୍ରଦାନ କରିଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ବର୍ଷକର ଦରମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାସକର ଦରମା, ବଲିଉଡ ଷ୍ଟାର ୧ କୋଟି, ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଥିଲେ।

Comment