ଓଡ଼ିଶାଲାଇଭ୍‌ ବ୍ୟୁରୋ

“ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ମୁଁ କେବେ କ୍ଷମା କରିପାରିବିନି। ଜାତିର ପିତା ମହାତ୍ମା ଗାନ୍ଧି ଏବଂ ନାଥୁରାମ ଗଡ୍‌ସେଙ୍କ ଉପରେ ସେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ। ଏଭଳି ନେତାମାନଙ୍କୁ ନିଜ ପ୍ରତିକ୍ରିୟା ଦେବା ପୂର୍ବରୁ ୧୦୦ ଥର ଚିନ୍ତା କରିବା ଆବଶ୍ୟକ। ମୁଁ ଚାହିଁଲେ ବି ନିଜ ମନ ଭିତରୁ ସାଧ୍ୱୀଙ୍କୁ କେବେ କ୍ଷମା କରିପାରିବିନି” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକରୀ ନାଥୁରାମ ଗଡ୍‌ସେ ଜଣେ ଦେଶଭକ୍ତ ବୋଲି ବିଜେପି ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ମନ୍ତବ୍ୟ ଦେଇଥିଲେ। ଏଭଳି ପ୍ରତିକ୍ରିୟା ପାଇଁ ସାଧ୍ୱୀଙ୍କୁ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା। ତେବେ ଶେଷରେ ଏଭଳି ମନ୍ତବ୍ୟ ପାଇଁ ସାଧ୍ୱୀ କ୍ଷମା ମାଗିଥିଲେ। ଭୁଲରେ ସେ ଏମିତି ବୟାନ ଦେଇଥିବା ସାଧ୍ୱୀ କହିଥିଲେ।

ଏନେଇ ନ୍ୟୁଜ୍‌ ୨୪କୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧ୍ୱୀଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ସାଧ୍ୱୀଙ୍କୁ କେବେ କ୍ଷମା କରିପାରିବିନି ବୋଲି ନିଜ ପ୍ରତିକ୍ରିୟାରେ ମୋଦି କହିଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment