ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ମୋ’ ବିରୋଧରେ ଅପପ୍ରଚାର ଚାଲିଛି। ମତେ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି’’, ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲି ଏହା କହିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ।

ଗତ ଦୁଇ ଦିନ ହେଲା ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ଝଡ଼ ଉଠିଥିଲା। ଏନେଇ ଗଣମାଧ୍ୟମ ଦୂତୀଙ୍କ ମା’ଙ୍କର ପ୍ରତିକ୍ରିୟା ନେଇଥିଲା। ତାଙ୍କ ମା’ କହିଥିଲେ ଯେ ଦୂତୀ ପରିବାରକୁ ସମୟ ଦେଉ ନାହାନ୍ତି। ତାଙ୍କର ଯାହା କର୍ତ୍ତବ୍ୟ ସେ କରୁ ନାହାନ୍ତି।

ଏ ସମ୍ପର୍କରେ ମଧ୍ୟ ଦୂତୀ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ କହିଛନ୍ତି।

ସେ କହିଛନ୍ତି, ‘‘ମାଆଙ୍କୁ ନେଇ କେବଳ ମୋ’ ପରିବାର ନୁହେଁ। ଏଭଳି ବୟାନ ଦେବା ପାଇଁ ମୋ’ ମାଆଙ୍କ ଉପରେ ଚାପ ପକା ଯାଇଛି। କୌଣସି ଚାପରେ ପଡ଼ି ମୋ’ ମାଆ ଏଭଳି ବୟାନ ଦେଇଛନ୍ତି। ଏ ସମ୍ପର୍କରେ ମାଆଙ୍କୁ ପଚାରିବା ପୂର୍ବରୁ ମତେ ପଚାରିବାର ଥିଲା।’’

ସମଲିଙ୍ଗୀ ସମ୍ପର୍କ ବିଷୟରେ ଦୂତୀ କହିଥିଲେ, ‘‘ଗତ ତିନି ବର୍ଷ ହେଲା ଆମ ଭିତରେ ସମ୍ପର୍କ ରହିଛି। ମୋ’ ସମ୍ପର୍କ ବିଷୟରେ ସମସ୍ତେ ଜାଣିଥିଲେ। ମୁଁ କାହାକୁ ନେଇ ଆଗେଇବି ତାହା ହେଉଛି ମୋର ବ୍ୟକ୍ତିଗତ ଅଧିକାର। ମୋ’ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ କେହି ମୁଣ୍ଡ ଖେଳାଇବା ଠିକ୍ ନୁହେଁ।’’

ଦୂତୀ ଏହି ସାମ୍ବାଦିକ ସମ୍ମିଳନୀରେ ନିଜ ସଂଘର୍ଷ କାହାଣୀ ବିଷୟରେ କହିଥିଲେ। ନିଜ ଗାଁରୁ ସ୍ପୋର୍ଟସ୍ ହଷ୍ଟେଲ ଇଣ୍ଟରଭ୍ୟୁ ଦେବାକୁ ଦୂତୀ କେମିତି ଆସିଥିଲେ ସେ ସମ୍ପର୍କରେ କହିଥିଲେ।

LEAVE A REPLY

Please enter your comment!
Please enter your name here