ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ସକାଳ ୮ଟାରୁ ଚାଲିଛି ଭୋଟ ଗଣତି। ୬୩ଟି କେନ୍ଦ୍ରରେ ଚାଲିଛି ଭୋଟ। ଶେଷ ଖବର ସୁଦ୍ଧା ରାଜ୍ୟରେ ୫ଟି ଲୋକସଭାରେ ବିଜେପି ଆଗୁଆ ଥିବାବେଳେ ୯ଟି ରେ ବିଜେଡି ଆଗୁଆ ଅଛି।

ବିଜେପି ଭୁବନେଶ୍ୱରରୁ ଅପରାଜିତ ଷଡଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ବଲାଙ୍ଗୀରରୁ ସଙ୍ଗୀତ ସିଂ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ ଆଗରେ ଅଛନ୍ତି।

ସେହିପରି ବିଜେଡିକୁ ଆସିକାରୁ ପ୍ରମିଳା ବିଶୋଇ, କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତି, ଯାଜପୁରରୁ ଶ୍ରର୍ମିଷ୍ଠା ସେଠୀ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କୋରାପୁଟରେ କୌଶଲ୍ୟା ହିକକା, ବରଗଡରେ ପ୍ରସନ୍ନ ଆଚାର୍ଯ୍ୟ, ଢେଙ୍କାନାଳରୁ ମହେଶ ସାହୁ, ସମ୍ବଲପୁର ନଳିନୀକାନ୍ତ ପ୍ରଧାନ, କେନ୍ଦୁଝରରୁ ଚନ୍ଦ୍ରାଣି ମୁର୍ମୁ ଆଗରେ ଅଛନ୍ତି।

୨୧ ଲୋକସଭା ଓ୧୪୬ ବିଧାନସଭା ଆସନ ଲାଗି ଭୋଟଗଣତି ଚାଲିଛି। ସେହିପରି ବିଜେଡି ୩୭ ଟି ଆସନର, ବିଜେପି ୪ ଟି ଆସନରେ ଓ କଂଗ୍ରେସ ୨ଟି ଆସନରେ ଆଗୁଆ ଅଛି। ଏହାସହିତ ଏହିସବୁ ଆସନରେ ଏବେ ବି ଗଣତି ଚାଲିଛି।

Comment