ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ଯେ ମୋଦି ଦ୍ଵିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବେ। ଅନେକ ରାଜ୍ୟରେ ୨୦୧୪ ତୁଳନାରେ ବିଜେପିକୁ ଭଲ ପ୍ରଦର୍ଶନ ମିଳିଛି। ରାଜଧାନୀ ଦିଲ୍ଲୀ ଏଥିରୁ ବାଦ ପଡ଼ିନି।

ଦିଲ୍ଲୀର ସମସ୍ତ ୭ଟି ଆସନରେ ଏବେ ଯାଏଁ ଆସିଥିବା ରେଜଲ୍ଟ ଅନୁସାରେ ବିଜେପି ପ୍ରାୟ ସବୁ ସ୍ଥାନରେ ଆଗରେ ରହିଛି। ଏପରିକି ଅନେକ ଆସନରେ ବିଜେପି ପ୍ରାର୍ଥୀ ସେମାନଙ୍କର ନିକଟତମ ପ୍ରତିନ୍ଦ୍ଵନ୍ଦ୍ଵୀଙ୍କଠୁ ୨.୫ଲକ୍ଷରୁ ଅଧିକ ଭୋଟରେ ଆଗରେ ଅଛନ୍ତି।

ସେହିପରି କଂଗ୍ରେସ ଅନେକ ଆସନରେ ୨୦୧୪ ତୁଳନାରେ କିଛିଟା ଭଲ ପ୍ରଦର୍ଶନ କରିଛି। ସେପଟେ ସରକାରରେ ଥିବା ଆମ ଆଦମୀ ପାର୍ଟିର ପ୍ରଦର୍ଶନ ଏଥର ସେତେଟା ଭଲ ରହିନାହିଁ।

ପଶ୍ଚିମ ଦିଲ୍ଲୀରେ ବିଜେପିର ମନୋଜ ତିୱାରୀ ଉତ୍ତର ପୂର୍ବ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତା ଶୀଲା ଦିକ୍ଷିତଙ୍କଠୁ ୨୭୯୪୪୩ ଭୋଟରେ ଆଗୁଆ ଅଛନ୍ତି। ସେହିପରି ପ୍ରଥମତର ନିର୍ବାଚନ ଲଢୁଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ତାଙ୍କ ନିକଟତମ ପ୍ରତିନ୍ଦ୍ଵନ୍ଦ୍ଵୀଙ୍କଠୁ ଅରବିନ୍ଦର ସିଂହଙ୍କଠୁ ୨୦୫୬୩୯ ଭୋଟରେ ଆଗରେ ଅଛନ୍ତି। ଏହା ଆସନରେ ଆପ୍ ପ୍ରାର୍ଥୀ ତୃତୀୟ ସ୍ଥାନରେ ଅଛନ୍ତି।

ଦକ୍ଷିଣ ଦିଲ୍ଲୀରେ ବିଜେପି ସାଂସଦ ରମେଶ ବିଧୁଢୀ ନିଜର ପ୍ରତିନ୍ଦ୍ଵନ୍ଦ୍ଵୀଙ୍କଠୁ ତଥା ଆପ୍ ପ୍ରାର୍ଥୀ ରାଘବ ଚଡ୍ଡାଙ୍କଠୁ ୧ଲକ୍ଷ ୭୯ହଜାର ୧୦୫ ଭୋଟରେ ଆଗୁଆ ଅଛନ୍ତି।

ସେହିପରି ନୂଆ ଦିଲ୍ଲୀରୁ ବିଜେପି ସାଂସଦ ମିନାକ୍ଷୀ ଲେଖି ୧ଲକ୍ଷ ୭୧ହଜାର ୧୫୧ ଭୋଟରେ ଆଗୁଆ ଅଛନ୍ତି। ଦିଲ୍ଲୀର ଚାନ୍ଦୀନିଚୌକ ଏକମାତ୍ର ଆସନ ଯେଉଁଠି ବିଜେପି ପ୍ରାର୍ଥୀ ଏକ ଲକ୍ଷରୁ କମ୍ ଭୋଟରେ ପଛରେ ଅଛନ୍ତି।

ଆସୁଥିବା ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଦେଶର ରାଜଧାନୀ ଦିଲ୍ଲୀରେ ମୋଦି ଲହର କାମ କରିଛ ଅନ୍ୟପଟେ ଆପକୁ ନିରାଶ ହେବାକୁ ପଡ଼ିଛି। ଏହାଭିତରେ ଫାଇନାଲ ରେଜଲ୍ଟକୁ ସମସ୍ତେ ଅପେକ୍ଷା କରିଛନ୍ତି।

Comment