ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଏଥର ନିର୍ବାଚନରେ ସବୁଠୁ ରୋଚକ କ୍ଷେତ୍ର ପାଲିଟିଥିଲା କେନ୍ଦ୍ରପଡ଼ା। ଏହି କ୍ଷେତ୍ରରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ସବୁଦଳକୁ ପଛରେ ପକାଇ କେନ୍ଦ୍ରାପଡ଼ାର ସବୁ ଆସନକୁ ଅକ୍ତିୟାର କରିନେଇଛି ବିଜେଡିା ମେ’୨୩ରେ ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଛିା

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ଅନୁଭବ ମହାନ୍ତି ବିଜୟୀ ହୋଇଛନ୍ତି।

ଅନୁଭବଙ୍କୁ ମୋଟ ୬ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ୪ ଲକ୍ଷ ୭୬ ହଜାର ୩୫୫ଟି ଭୋଟ ମିଳିଛି ।

ଅନୁଭବ ବୈଜୟନ୍ତଙ୍କୁ ୧ଲକ୍ଷ ୫୨ ହଜାର ୫୮୪ଖଣ୍ଡ ଭୋଟରେ ପରାସ୍ତକରି ବିଜୟୀ ଘୋଷିତ ହୋଇଛନ୍ତି । ଅନୁଭବ ଏହା ତାଙ୍କ ରାଜନୈତିକ ଜୀବନର ପ୍ରଥମ ଲଢେଇ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି,‘‘ନବୀନ ବାବୁଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସାଧନ କରିବିା ଯେତେ ସମ୍ଭବ ମୁଁ କେନ୍ଦ୍ରାପଡ଼ାର ଉନ୍ନତି କରିବାକୁ କାମ କରିବି’’।

ସେହିପରି  କେନ୍ଦ୍ରାପଡ଼ାରେ ୪ଟି ବିଧାନସଭା ଆସନ  ଆଳି , ରାଜନଗର , ମହାକାଳପଡା ଓ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତିା

ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀ କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କୁ ୫୫ ହଜାର ୫୮୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସେହିପରି ରାଜନଗର ବିଧାନସଭା ଆସନରୁ ବିଜେଡି ନେତା ଧ୍ରୁବ ସାହୁ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀ ତଥା ବିଶିଷ୍ଟ କଂଗ୍ରେସ ନେତା ଅଂଶୁମାନ ମହାନ୍ତିଙ୍କୁ ୧୮ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।

କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ତାଙ୍କର ପ୍ରତିଦ୍ଵନ୍ଦ୍ୱୀ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ଵର ବେହେରାଙ୍କୁ ୫୪୦୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଶଶୀଭୂଷଣ କେନ୍ଦ୍ରାପଡା ଆସନରେ ନୂଆ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଶଶୀଙ୍କୁ ବହୁମତ ମିଳିଛି।

ସେହିପରି ମହାକାଳପଡା ଆସନରୁ ଲଗାତର ୩ୟ ପାଳିରେ ମଧ୍ୟ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ବିଜୟୀ ଘୋଷିତ ହୋଇଛନ୍ତି। ଅତନୁ ଲଗାତର ଭାବେ ୪ର୍ଥ ଥର ବିଧାୟକ ହେବାର ସୁଯୋଗ ପାଇଛନ୍ତି।

Comment