ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁର

ଆସନ୍ତା ୨୯ରେ ଶପଥ ନେବେ ନୂଆ ମନ୍ତ୍ରୀମଣ୍ଡଳ। ଏହିଦିନ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ବି ଶପଥ ନେବାର କାର୍ଯ୍ୟକ୍ରମ ଥିବା ନେଇ ସୂଚନା ମିଳିଛି।

ରାଜଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହେବାକୁଥିବାବେଳେ ସେଠାରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଅନ୍ୟପଟେ ବାତ୍ୟା ଫନି ପାଇଁ ଏଥରର ଶପଥ ଗ୍ରହଣ ଉତ୍ସବକୁ ନିରାଡମ୍ବରଭାବେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ସେପଟୋ ଆସନ୍ତାକାଲି ଅର୍ଥାତ ୨୬ରେ ନିର୍ବାଚିତ ସାଂସଦ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି।

୨୬ରେ ହିଁ ନିର୍ବାଚିତ ବିଧାୟକମାନଙ୍କୁ ନେଇ ବୈଠକ ବସିବ। ଏଥିରେ ପଞ୍ଚମପାଳିର ସରକାର ଗଠନ ନେଇ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଏହାସହିତ ଦଳନ ନେତା ଚୟନ କରାଯିବ। ତେବେ ଶପତ ଗ୍ରହଣ ଉତ୍ସବରେ କେଉଁ କେଉଁ ମାନେ ଉପସ୍ଥିତ ରହିବେ, ସେ ନେଇ ବିଜେଡି ପକ୍ଷରୁ କିଛି ସବିଶେଷ ତଥ୍ୟ ଦିଆଯାଇନାହିଁ।

Comment