ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଗସ୍ତ କରିଛନ୍ତିା ବାରଣାସୀରେ ପହଞ୍ଚି ମୋଦି କାଶୀ ବିଶ୍ୱନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତିା ତାଙ୍କ ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଅରଦିତ୍ୟନାଥ ମଧ୍ୟ ରହିଛନ୍ତିା

ମୋଦିଙ୍କ ବାରଣାସୀ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ସକାଳ ୯ଟା ୪୫ରେ ସେ ଅହମ୍ମଦାବାଦରୁ ବାରଣାସୀ ଗସ୍ତରେ ବାହାରିଥିଲୋ ହେଲିକଫ୍ଟର ଯୋଗେ ମୋଦି ବାରଣାସୀ ଆସିବା ପରେ ୧୦ଟା ୩୦ରେ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲୋ

ମୋଦିଙ୍କ ସ୍ୱାଗତ ପାଇଁ ପୂରା ବାରଣାସୀ ସଜା ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମେତ ଅନେକ କେନ୍ଦ୍ରୀୟ ମନ୍ତ୍ରୀ ତାଙ୍କୁ  ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲୋ  ଏହାପରେ  କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଯାଇଥିଲୋ ମନ୍ଦିର ଯିବା ବାଟରେ ମୋଦି ହାତ ହଲାଇ କାଶୀବାସୀଙ୍କୁ ଧନ୍ୟବାଦ ଜଣାଇଥିଲୋ

ମନ୍ଦିରରେ ପୂଜା କରିବା ପରେ ମୋଦି  ଦୀନଦୟାଲ ହସ୍ତକଳା ସଙ୍କୁଲ ଯିବୋ ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ବୈଠକ ପରେ ମୋଦି ଦିଲ୍ଲୀ ଫେରିବୋ

ମୋଦି ରବିବାର ଗୁଜୁରାଟ ଗସ୍ତ କରିଥିଲୋ ସେଠାରେ ନିଜ ମା’ଙ୍କୁ ସାକ୍ଷାତକାରୀ ଆଶୀର୍ବାଦ ନେଇଥିଲୋ ମୋଦି ମେ’ ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ଶପଥ ନେବୋ

Comment