ଓଡ଼ିଶାଲାଇଭ ବ୍ୟୁରୋ

ଯୁକ୍ତ୨ ବିଜ୍ଞାନ ବିଭାଗ ଖାତା ଦେଖା ଶେଷ ହୋଇଛିା ରାଜ୍ୟର ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରାୟ ସାଢ଼େ ୭ ଲକ୍ଷ ଉତ୍ତର ଖାତା ଦେଖା ଚାଲିଥିଲା। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗର ସାଢ଼େ ୫ ଲକ୍ଷ ଉତ୍ତର ଖାତା ଦେଖା ସରିଛିା ତେଣୁ ଆସନ୍ତା ୩/୪ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇପାରୋ

ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ବିଭାଗା ଉତ୍ତର ଖାତା ଦେଖା ଏଯାଏଁ ସରିନିା ତେଣୁ ଏହି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବା ୫୮ଟି ମାନୁଆଲ ମୂଲ୍ୟାୟନ କେନ୍ଦ୍ରରେ ଏବେ ବି ଖାତା ଦେଖା ଚାଲିଛିା ତେଣୁ ଜୁନ ଦ୍ୱିତୀୟ ସପ୍ତାହରେ ଏହି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇପାରୋ

ଗତ ବର୍ଷ ମଧ୍ୟ ଜୁନ୍ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଖାତା ଦେଖା ସମୟରେ ନିର୍ବାଚନ ଏବଂ ବାତ୍ୟା ଫନି ହୋଇଥିବାରୁ ଖାତା ଦେଖା ବାଧାପ୍ରାପ୍ତ ହୋଇଥିଲା। ସେଥିପାଇଁ ଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଛିା

Comment