ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍ ସରକାରରେ ଓଡ଼ିଶାର ଦୁଇ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ଏହି ଦୁଇ ନେତା ହେଲେ ପ୍ରତାପ ଷଡ଼ଙ୍ଗୀ ଏବଂ ଧର୍ମେନ୍ଦ୍ର ପ୍ରଧାନ।

ପ୍ରତାପ ଷଡ଼ଙ୍ଗୀ ଏଥର ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏଣୁ ପ୍ରତାପଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ପ୍ରତାପ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି।

ପ୍ରତାପ ୨୦୦୪ ଏବଂ ୨୦୦୯ରେ ନୀଳଗିରି ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନ ପାଇଁ ଟିକେଟ ମିଳିଥିଲା। କିନ୍ତୁ ପରାଜିତ ହୋଇଥିଲେ ସେ। ଏଥର ନିର୍ବାଚନ ଜିତିବା ପରେ ତାଙ୍କ ସରଳ ଜୀବନ ଯାପନକୁ ନେଇ ବିଭିନ୍ନ ମିଡିଆରେ ଚର୍ଚ୍ଚା ବଢ଼ିଥିଲା। ପ୍ରତାପ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ମନ୍ତ୍ରୀ ହେଉଛନ୍ତି। ଆଉ କିଛି ସମୟ ପରେ ଶପଥ ନେବେ। ମୋଦି ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୯ ନିର୍ବାଚନରେ ଓଡ଼ିଶା ବିଜେପିର ପୋଷ୍ଟରବୟ ସାଜିଥିଲେ ନରେନ୍ଦ୍ର ମୋଦି।

ନରେନ୍ଦ୍ର ମୋଦି ଆଜିଠୁ ତାଙ୍କର ଦ୍ୱିତୀୟ ଇନିଂସ୍ ଆରମ୍ଭ କରୁଛନ୍ତି। ରାଷ୍ଟ୍ରପତି ଭବନରେ ଆଉ କିଛି ସମୟ ପରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Comment