ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ମହିଳାଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏକ ବଡ଼ ଘୋଷଣା କରିଛନ୍ତିା ଏଣିକି ଦିଲ୍ଲୀ ମେଟ୍ରୋ ଓ ଡିଟିସି ବସରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବୋ ଏହି ବ୍ୟବସ୍ଥା ଦ୍ୱାରା ଦିଲ୍ଲୀରେ ୪୦ହଜାର ମହିଳା ଉପକୃତ ହେବେ। ଏହି ବ୍ୟବସ୍ଥା ୩ମାସ ପରେ କାର୍ଯ୍ୟକାରୀ ହେବାକୁ ଯାଉଛିା ତେବେ କେବଳ ଦିଲ୍ଲୀରେ ନୁହେଁ ଏମିତି କିଛି ସହର ଅଛି, ଯେଉଁଠାରେ ପବ୍ଲିକ ଟ୍ରାନ୍ସପୋର୍ଟ ଲୋକମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା।

ୟୁରୋପିୟ ଦେଶରେ ମାଗଣାରେ ପବ୍ଲିକ୍ ଟ୍ରାନ୍ସପୋର୍ଟର ସୁବିଧା ମିଳିପାରୁଛିା ଏହାସହ ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକା ସହରମାନଙ୍କରେ ଲୋକମାନଙ୍କ ପାଇଁ ମାଗଣାରେ ଯାତ୍ରାର ସୁବିଧା ରହିଛିା

ୟୁରୋପର ଏଷ୍ଟୋନିୟା ଦେଶର ରାଜଧାନୀ ଟଲ୍ଲିନରେ ଦୀର୍ଘ ୫ ବର୍ଷ ହେବ ଲୋକମାନେ ମାଗଣାରେ ଯାତ୍ରା କରୁଛନ୍ତିା ଏହି ସେବା ଲାଗୁ ହେବା ପରେ ସେଠାରେ ପ୍ରାଇଭେଟ୍ କାରର ସଂଖ୍ୟା କମି ଯାଇଛିା

ଚିନର ବିଭିନ୍ନ ସହରରେ ମଧ୍ୟ ମାଗଣାରେ ଟ୍ରାନ୍ସପୋର୍ଟର ସୁବିଧା ରହିଛିା ଚିନର ଚାଙ୍ଗନିଙ୍ଗ ସହରରେ ମାଗଣା ଯାତ୍ରା କରିବାରେ ସୁବିଧା ରହିଛିା ୨୦୦୮ରୁ ସେଠାରେ ଏହି ସବିଧା ଲାଗୁ କରାଯାଇଛିା

ଫ୍ରାନ୍ସର ଡନକିର୍କ ସହରରେ ପବ୍ଲିକ୍ ଟ୍ରାନ୍ସପୋର୍ଟର ସୁବିଧା ଦିଆଯାଉଛିା କେବଳ ଏହି ସହରରେ ବସବାସ କରୁଥିବା ଲୋକ ନୁହେଁ ପର୍ଯ୍ୟଟକ ମଧ୍ୟ ଏହି ସୁବିଧାର ଲାଭ ଉଠାଉଛନ୍ତିା

Comment