ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ। MSME, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ପ୍ରତାପ ଷଡ଼ଙ୍ଗୀ।

ପ୍ରତାପ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲା ବେଳେ MSME କ୍ୟାବିନେଟ ମନ୍ତ୍ରୀ ଭାବେ ମନ୍ତ୍ରାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଛନ୍ତି ନୀତିନ ଗଡ଼କରୀ।

ଦୁଇ ମନ୍ତ୍ରୀ ଏକାସାଙ୍ଗରେ ମନ୍ତ୍ରାଳୟ ପହଞ୍ଚି ନିଜ ଦାୟିତ୍ୱ ଭାର ସମ୍ଭାଳିଛନ୍ତିା ମେ’ ୩୦ରେ ମନ୍ତ୍ରୀ ଭାବେ ଶପଥ ନେବାପରେ ଆଜିଠାରୁ ନୀତିନ ଗଡ଼କାରୀ ଓ ପ୍ରତାପ ଷଡ଼ଙ୍ଗୀ ଔପଚାରିକ ଭାବେ ଦାୟିତ୍ୱ ନେଇଛନ୍ତିା

ନୀତିନ ଗଡ଼କରୀ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତିା ହେଲେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ।

Comment