ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ରଜନୀକାନ୍ତ ସିଂହ ହେଲେ ବିଜେଡିର ଉପବାଚସ୍ପତି ପ୍ରାର୍ଥୀ

ଷୋଡ଼ଶ ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ରଜନୀକାନ୍ତ ସିଂହ। ରଜନୀକାନ୍ତ ଅନୁଗୁଳ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିରେ ଖଣି ମନ୍ତ୍ରୀ ରହିଥିଲେ। ଚଳିତ ବିଧାନସଭାରେ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରିଛି ବିଜେଡି। ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳର ଉପମୁଖ୍ୟ ସଚେତକ କରାଯାଇଛି।

ୱାୟନାଡରେ ରୋଡ ସୋ’ କଲେ ରାହୁଲ, ଭୋଟରଙ୍କୁ ଦେଲେ ‘ଧନ୍ୟବାଦ’

ନିର୍ବାଚନ ଜିତିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ୍‌ ଗସ୍ତରେ ଯାଇଛନ୍ତି। ତିନି ଦିନିଆ ଗସ୍ତରେ ଯାଇଥିବା ରାହୁଲ ୱାୟନାଡ୍‌ରେ ରୋଡ ସୋ’ କରିବା ସହ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି।

ବିଜେପିରେ ଖୁସି ନାହାନ୍ତି କି ଦାମ?

‘‘ବିଜେପିରେ ଖୁସି ନାହାନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ସୁପ୍ରିମୋ ଚାହିଁଲେ ସେ ପୁଣି ବିଜେଡିକୁ ଫେରି ଆସନ୍ତେ।’’

ଏହି ମନ୍ତବ୍ୟ ଆଉ କେହି ନୁହେଁ, ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏହା କହିଛନ୍ତି। ସମ୍ବିତଙ୍କ ଏହି ମନ୍ତବ୍ୟ ପରେ ଦାମ ବିଜେଡି ଫେରିବା ନେଇ ଚର୍ଚ୍ଚା ହେଉଛି। ହେଲେ ଦାମ ବିଜେଡି ଫେରିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଓଲଟା ବିଜେଡି ଯାଇଥିବାରୁ ପୁଅ ସମ୍ବିତକୁ ସମାଲୋଚନା କରିଛନ୍ତି ଦାମ।

କାଳିଆ ଯୋଜନା ଲାଗି ଅଧିକ ୩୨୩୪ କୋଟି ଟଙ୍କାର ବ୍ୟୟବରାଦ କଲେ ରାଜ୍ୟ ସରକାର

୨୦୧୯- ୨୦ ଆର୍ଥିକ ବର୍ଷ ପାଇଁ କାଳିଆ ଯୋଜନା ଲାଗି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩୨୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛିା ଏଥିରେ ୩୨ ଲକ୍ଷରୁ ଅଧିକ ଭାଗ ଚାଷୀ ଓ ଭୁମିହୀନ ଚାଷୀଙ୍କୁ ଲାଭ ମିଳିବ। ଏହା ସହ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପୃକତ ହୋଇପାରିବେ। ମୋଟ ୭୫ ଲକ୍ଷ ଚାଷୀ ଉପକୃତ ହେବେ।

ନିର୍ବାଚନ ଫଳାଫଳ ପରେ ଜୁନ ୯ରେ ପ୍ରଥମ ଥର ମୋଦିଙ୍କୁ ଭେଟିବେ ନବୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ  ଜୁନ ୯ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ନବୀନ। ନିର୍ବାଚନ ଫଳାଫଳ ପରେ ମୋଦି ଓ ନବୀନଙ୍କର ଏହା ହେବ ପ୍ରଥମ ସାକ୍ଷାତକାର।

ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଶୁକ୍ରବାର ବଡ଼ ସଫଳତା ମିଳିଛିା ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତିା  କେନ୍ଦ୍ରୀୟ ରିଜର୍ଭ ପୁଲିସ, ରାଷ୍ଟ୍ରୀୟ ରାଇଫଲ ଏବଂ ଜମ୍ମୁ କଶ୍ମୀରର ସ୍ପେଶାଲ ଅପରେଶନ ଗ୍ରୁପର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର କରାଯାଇଛି।

ଫିଲ୍ଡ ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୟୂରଭଞ୍ଜରେ ଭିଜିଲାନ୍ସ ଚଢ଼ାଉ। ମୋରଡ଼ାରେ କାର୍ଯ୍ୟରତ ଷ୍ଟାଟିଷ୍ଟିକାଲ ଫିଲ୍ଡ ସୁପରଭାଇଜର ସମୁନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

Comment