ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦୀନ’। ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଦୁଇ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ଶନିବାର ମୋଦି ମାଳଦ୍ୱୀପ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ଲୋହିଆ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

ଏହି କାର୍ଯ୍ୟକ୍ରମ ପରେ ଭାରତ ଓ ମାଳଦ୍ଵୀପର ପ୍ରତିନିଧିମଣ୍ଡଳଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଏଥିରେ ଦୁଇ ଦେଶର ପ୍ରତିନିଧିମଣ୍ଡଳ ସାମିଲ ହୋଇଥିଲେ। ହିନ୍ଦ ମହାସାଗରରେ ଥିବା ସମସ୍ତ ଦ୍ୱୀପରାଷ୍ଟ୍ର ଗୁଡ଼ିକ ସହିତ ସମ୍ପର୍କ ମଜଭୁତ କରିବା ଭାରତର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

ଏହି ଅବସରରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ଲୋହିଆ ଜଣେ କ୍ରିକେଟ ପ୍ରେମୀ ହୋଇଥିବାରୁ ମୋଦି ତାଙ୍କୁ ଏକ କ୍ରିକେଟ୍‌ ବ୍ୟାଟ୍‌ ଉପହାର ଦେଇଛନ୍ତି। ଏହି ବ୍ୟାଟ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ସମସ୍ତ ଖେଳାଳୀଙ୍କ ଅଟୋଗ୍ରାଫ୍‌ ରହିଛି।

ଦୁଇ ଦିନଆ ବିଦେଶ ଗସ୍ତରେ ଶନିବାର ମୋଦି ମାଳଦ୍ୱୀପ ଗସ୍ତରେ ଯାଇଥିବା ବେଳେ ରବିବାର ଶ୍ରୀଲଙ୍କା ଯିବାର କାର୍ଯ୍ୟକ୍ରମ ରହିଛି।

Comment