ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ଅଭିନେତ୍ରୀ ହିନା ଖାନଙ୍କ ପାଖରେ ଏବେ ବ୍ୟାକ ଟୁ ବ୍ୟାକ ଅଫର। ‘ୟେ ରିସ୍ତା କ୍ୟା କେହଲାତା’ରେ ସଂସ୍କାରୀ ବୋହୂ ରୋଲରେ ଅଭିନୟ କରିଥିବା ହିନା ଖତରୋଁ କି ଖିଲାଡିରେ ନଜର ଆସିଥିଲେ। ଏହାପରେ ତାଙ୍କୁ ବିଗ ବସରେ ଦେଖିବାକୁ ମିଳିଥିଲା। ତା’ ପରେ କମୋଲିକା ହୋଇ ‘କସୌଟି ଜିନ୍ଦେଗୀ କେ ୨’ରେ ପ୍ରଥମ ଥର ନେଗେଟିଭ ରୋଲ କରିଛନ୍ତି ହିନା। ଏବେ ଖବର ଆସୁଛି ହିନା ଏବେ ନାଗିନ ହେବେ।

ରିପୋର୍ଟ ଅନୁସାରେ ମୌନି ରାୟ ଏବଂ ସୁରଭି ଜ୍ୟୋତିଙ୍କ ପରେ ଏବେ ହିନା ଖାନ ନାଗିନ ହେବେ। ତେବେ ହିନାଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ ମିଳି ପାରିନି।

ଯଦି ଏହି ସୋ’ରେ ହିନା ନାଗିନ ଭୂମିକାରେ ଅଭିନୟ କରନ୍ତି ତେବେ ଏହା ଦର୍ଶକଙ୍କ ପାଇଁ ସରପ୍ରାଇଜ ହେବ। ନେଗେଟିଭ ରୋଲ ପରେ ଦର୍ଶକ ହିନାଙ୍କୁ ଏବେ ନାଗିନ ଅବତାରରେ ଦେଖିବାକୁ ମିଳିବ।

ହିନା ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଅଭିନୟ କ୍ୟାରିୟରରେ ସବୁ ପ୍ରକାର ଭୂମିକାରେ ଅଭିନୟ କରିଛନ୍ତି। ହେଲେ ସବୁଠୁ ଅଧିକ ଲୋକପ୍ରିୟତା ତାଙ୍କୁ ‘ୟେ ରିସ୍ତା କ୍ୟା କେହେଲାତା’ରୁ ମିଳିଥିଲା।ଏହି ସିରିଏଲରେ ସେ ଅକସରା ଭୂମିକାରେ ଅଭିନୟ କରିଥିଲେ। ଲମ୍ବା ସମୟ ଯାଏଁ ସେ ଏହି ସିରିଏଲରେ ଅଭିନୟ କରିଥିଲେ।

Comment