ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବ କଡ଼ା ମୁକାବିଲା। ଲଣ୍ଡନର ବ୍ରିଷ୍ଟଲଠାରେ ଦିନ ୩ଟା ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ବର୍ଷ ଯୋଗୁଁ ଏପର୍ଯ୍ୟନ୍ତ ମ୍ୟାଚ୍‌ ଆରମ୍ଭ ହୋଇପାରିନାହିଁ। ଏମିତିକି ବର୍ଷା ହେବା କାରଣରୁ ଟସ୍‌ ପଡ଼ିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି।

ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳା ମାତ୍ର ଗୋଟିଏ ମ୍ୟାଚ୍‌ରେ ଜିତି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମ୍‌ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ମ୍ୟାଚ୍‌ରେ ହାରିଛି ଏବଂ ଅନ୍ୟଟିରେ ଜିତଛି। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବାତିଲ ହେବା ଯୋଗୁଁ ଶ୍ରୀଲଙ୍କା ପଏଣ୍ଟ ଟେବୁଲରେ ବାଂଲାଦେଶ ଆଗରେ ଷଷ୍ଠ ସ୍ଥାନରେ ରହିଛି।

ତେବେ ଆଜିର ମ୍ୟାଚ୍‌ ବାତିଲ ହେଲେ ଉଭୟ ଟିମ୍‌କୁ ଗୋଟିଏ ଗୋଟଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

Comment