ଓଡ଼ିଶାଲାଇଭ ବ୍ୟୁରୋ

ଓ୍ୱିକେଟ କିପର ତଥା ବ୍ୟାଟସମ୍ୟାନ ରିଷଭ ଷଭ ପନ୍ତଙ୍କୁ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଛି। ଶିଖର ଧାଓ୍ୱନ ଆହତ କାରଣରୁ ସେ ବିକଳ୍ପ ଖେଳାଳି ଭାବେ ଦଳରେ ସାମିଲ ହୋଇଛନ୍ତି।

ଦଳରେ ଖେଳିବା ପାଇଁ ବିସିସିଆଇ ପକ୍ଷରୁ ମଞ୍ଜୁରି ମିଳିବା ପରେ ରିଷଭ ଇଂଲଣ୍ଡ ଅଭିମୁଖେ ବାହାରିଛନ୍ତି। ଇଂଲଣ୍ଡରେ ପହଞ୍ଚି ମ୍ୟାଚ ପାଇଁ ଅଭ୍ୟାସ ଆରମ୍ଭ କରିବେ ଋଷଭ।

ଜୁନ ୧୩ରେ ନ୍ୟୁଜିଲାଣ୍ଡ ଓ ଜୁନ ୧୬ରେ ପାକିସ୍ତାନ ସହ ହେବାକୁ ଥିବା ମ୍ୟାଚରେ ଟିମ ଇଣ୍ଡିଆ ସହ ଖେଳିବେ ରିଷଭ ପନ୍ତ।

ଧଓ୍ୱନ ଏବେ ଇଂଲଣ୍ଡରେ ବିସିସିଆଇଙ୍କ ମେଡିକାଲ ଟିମଙ୍କ ଚିକିତ୍ସାରେ ରହିବେ।

ଟିମର ‘ଗବ୍ବର’ କୁହାଯାଉ ଥିବା ଶିଖରଙ୍କ ବାମ ହାତରେ ଆଘାତ ଲାଗି ଥିବାରୁ ସେ ୩ ସପ୍ତାହ ଯାଏଁ କୌଣସି ମ୍ୟାଚ ଖେଳିବେ ନାହିଁ।

ସୂଚନା ଅନୁସାରେ, ଗତ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧାଓ୍ୱନଙ୍କ ହାତରେ ଆଘାତ ଲାଗିଥିଲା। ତାଙ୍କ ବାମ ହାତର ଅଙ୍ଗୁଳି ଫ୍ୟାକଚର ହୋଇଥିବା ଜଣା ପଡ଼ିଥିଲା। ମାତ୍ର କଷ୍ଟକୁ ଖାତିର ନକରି ଶିଖର ଖେଳ ଜାରି ରଖିଥିଲେ। ସେ ୧୦୯ ବଲରେ ୧୧୭ ରନ କରି ଦମଦାର ଇନିଂସ ଖେଳିଥିଲେ।

Comment