ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଏବେ ଯାଏଁ ତାରିଖ ଘୋଷଣା କରି ନାହାନ୍ତି। ହେଲେ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି କ୍ୟାମ୍ପେନିଂ ଆରମ୍ଭ କରି ଦେଇଛନ୍ତି। ବିଜେଡି ଓ ବିଜେପି ପାଟକୁରାରେ ସମରସଜା ଆରମ୍ଭ କରିଥିବା ବେଳେ କଂଗ୍ରେସ କିନ୍ତୁ ପଛରେ ପଡ଼ିଯାଇଛି।

ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଅଗ୍ରାହ୍ୟ କରିଛନ୍ତି। ସେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ କହିଛନ୍ତି, ‘‘ପାଟକୁରାରେ ଜୋରଦାର ଲଢ଼େଇ ହେବ। କଂଗ୍ରେସ ନିଜ ଶକ୍ତି ଏବଂ ସାମର୍ଥ୍ୟ ଅନୁସାରେ ଲଢ଼େଇ କରିବ। ରାଜ୍ୟ ଏବଂ ଦେଶର ବିଭିନ୍ନ ସମସ୍ୟାକୁ ଲୋକଙ୍କ ଆଗରେ ଉପସ୍ଥାପିତ କରିବ କଂଗ୍ରେସ। ଆମେ ଲଢ଼େଇ କରିବୁ ଏବଂ ଲୋକେ କାହାକୁ ଭୋଟ ଦେବେ ତାହା ସେମାନେ ନିର୍ଣ୍ଣୟ କରିବେ।’’

ପାଟକୁରାରେ ବିଜେଡି ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଏବଂ ବିଜେପି ପ୍ରାର୍ଥୀ ପାଟକୁରା ଆସନକୁ ହାତେଇବା ପାଇଁ ଯେଉଁଭଳି ଉଦ୍ୟମ ଆରମ୍ଭ କରିଛନ୍ତି ସେଥିରେ କଂଗ୍ରେସ ପଛରେ ପଡ଼ିଯାଇଥିବା ପରି ମନେହେଉଛି।

ଗତ ମାସେ ତଳେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୧୨ ଆସନ ପାଇଥିବା ବେଳେ ବିଜେପି ୨୩ ଏବଂ କଂଗ୍ରେସ ୯ଟି ଆସନ ପାଇଥିଲା।

Comment