ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ମୋଦିଙ୍କ ଏହି ବୈଠକରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳର ସଭାପତିମାନେ ଯୋଗ ଦେବେ।

ଏହି  ବୈଠକରେ ‘‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ‘‘ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଦିଲ୍ଲୀ ଗସ୍ତ କରିଛନ୍ତି। ବୈଠକରେ ଯୋଗ ଦେଇ ‘‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ‘‘ ପ୍ରସଙ୍ଗ ଉପରେ ବିଜେଡିର ଅଭିମୁଖ୍ୟ କ’ଣ ସ୍ପଷ୍ଟ କରିବେ ନବୀନ।

ସୂଚନା ଅନୁସାରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ ନାହିଁ।

ସେହିପରି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଏବଂ ତେଲେଙ୍ଗାନା ରାଷ୍ଟ୍ରସମିତିର ମୁଖ୍ୟ କେ ଚନ୍ଦ୍ରଶେଖର ବି ବୈଠକ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି।

Comment