ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି। ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବିଜୟ ଶଙ୍କର ଆହତ। ବୁଧବାର ଅଭ୍ୟାସ ସିଜନ୍‌ରେ ବିଜୟଙ୍କରଙ୍କ ପାଦ ଆଙ୍ଗୁଠିରେ ଆଘାତ ଲାଗିଛି।

ପ୍ରକ୍ଟିସ୍‌ ସିଜନ୍‌ରେ ବୁମ୍‌ରାଙ୍କ ଏକ ୟର୍କର ବଲ୍‌କୁ ଖେଳିବାକୁ ଯାଇ ଆହତ ଶୀକାର ହୋଇଛନ୍ତି ବିଜୟଶଙ୍କର। ବଲ୍‌ଟି ଯାଇ ତାଙ୍କ ପାଦର ଆଙ୍ଗୁଠିରେ ବାଜିଥିଲା। ଯାହା ଫଳରେ ଅଧାରୁ ପ୍ରାକ୍ଟିସ୍‌ ବନ୍ଦ କରି ପାଭିଲିୟନ୍‌ ଫେରିଥିଲେ ବିଜୟଙ୍କର।

ଅନ୍ୟପକ୍ଷରେ ଏଥିରେ ଚିନ୍ତା କରିବାର କୌଣସି ବିଷୟ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ବିସିସିଆଇ କହିଛି, ” ବିଜୟଶଙ୍କର ଆହତ ଗୁରୁତର ନୁହେଁ। ତାଙ୍କ ପାଦ ଅଙ୍ଗୁଳିରେ ଲାଗିଥିବା ଯନ୍ତ୍ରଣା ଏବେ କମ୍ ହେବାରେ ଲାଗିଛି। ଟିମ୍‌ ଇଣ୍ଡିଆର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିଜୟଶଙ୍କର ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ।”

ଆଇସିସି ବିଶ୍ୱକପ୍ ୨୦୧୯ରେ ଟିମ୍‌ ଇଣ୍ଡିଆର ପିଛା ଛାଡ଼ୁନି ଆହତ। ପ୍ରଥମେ ଶିଖର ଧାୱନ, ପରେ ଭୁବନେଶ୍ୱର କୁମାର ଆଉ ଏବେ ଟିମ୍‌ ଇଣ୍ଡିଆ ଷ୍ଟାର ଅଲରାଉଣ୍ଡର ବିଜୟଶଙ୍କର ଆହତ ହୋଇଛନ୍ତି। ଶିଖର ଧାୱନଙ୍କ ବଦଳରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଓପନିଂ କରିବେ ଯୁବା ୱିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ।

Comment