ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଆଇସିସି ବିଶ୍ଵକପର ୨୭ତମ ମ୍ୟାଚରେ ଘରୋଇ ଇଂଲଣ୍ଡ ଦଳକୁ ପରାସ୍ତ କରିଛି ଶ୍ରୀଲଙ୍କା ଦଳ। ୨୩୩ ରନର ସହଜ ବିଜୟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ୪୭ ଓଭରରେ ୨୧୨ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମାଲିଙ୍ଗା ସର୍ବାଧିକ ୪ଟି ଓ୍ଵିକେଟ ନେଇ ଇଂଲଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ଦଳର ଓପନର ସନ୍ତୋଷଜନକ ପ୍ରଦର୍ଶନ କରିପାରି ନଥିଲେ। ପ୍ରଥମ ଓଭର ଶେଷ ସୁଧା ୩ ରନରେ ଦଳ ଡିମୁଥ କରୁଣାରତ୍ନେଙ୍କ ଓ୍ଵିକେଟ ହରାଇଥିଲା। ପରବର୍ତ୍ତୀ ଓଭରରେ ସେହି ୩ ରନରେ ଦଳ ପୁଣି କୁଶଲ ପରେରାଙ୍କ ଓ୍ଵିକେଟ ହରାଇଥିଲା। ଏହାପରେ ଅଭିସକା ଫେରନାଣ୍ଡୋ ଓ କୁସଲ ମେଣ୍ଡିସ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।

ଦଳୀୟ ସ୍କୋର ୬୨ ହୋଇଥିବା ବେଳେ ଅଭିସକା ଫେରନାଣ୍ଡୋ ବ୍ୟକ୍ତିଗତ ୪୯ରନ କରି ପାଭିଲିୟନ ଫେରିଯାଇଥିଲେ। ପରବର୍ତ୍ତୀ ଓ୍ଵିକେଟରେ ଆଞ୍ଜେଲୋ ମାଥ୍ୟୁସ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସହ ଉତ୍ତମ ଭାଗିଦାରୀ ମିଳିପାରିନଥିଲା। ମାଥ୍ୟୁସ ବ୍ୟକ୍ତିଗତ ୮୫ରନ କରି ଦଳୀୟ ସ୍କୋରକୁ ୨୩୨ ପର୍ଯ୍ୟନ୍ତ ନେବାକୁ ସକ୍ଷମ ହୋଇଥିଲେ।

୨୩୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆ ଓହ୍ଲାଇଥିବା ଇଂଲଣ୍ଡ ଦଳକୁ ପ୍ରଥମ ଓଭରରୁ ହିଁ ଝଟକା ଲାଗିଥିଲା। ମିଲିଙ୍ଗାଙ୍କ ଏଲବିଡବ୍ଲୁର ଶିକାର ହୋଇ ପାଭିଲିୟନ ଫେରିଥିଲେ ଜନି ବେୟାରଷ୍ଟୋ। ପରେ ୧୮ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର ୭୩ ହୋଇଥିବା ବେଳେ ମାଲିଙ୍ଗା ଉପରକ୍ରମର ୩ଟି ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ। ଇଂଲଣ୍ଡ ଦଳ ପକ୍ଷରୁ ଜଏ ରୁଟ ୫୭ ରନ କରିଥିବା ବେଳେ ସେ ମଧ୍ୟ ମାଲିଙ୍ଗାଙ୍କ ଶିକାର ହୋଇଥିଲେ। ବେନ ଷ୍ଟୋକ୍ସ(୮୨) ଗୋଟେ ପଟରେ ଭଲ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟରେ ଦଳ ସମସ୍ତ ଓ୍ଵିକେଟ ହରାଇ ଚାଲିଥିଲା। ଫଳରେ ଦଳ ୪୭ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୨ ରନ କରି ୨୦ରନରେ ପରାସ୍ତ ହୋଇଥିଲା।

Comment