ଓଡ଼ିଶାଲାଇଭ ବ୍ୟୁରୋ

ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ସମସ୍ତ ବରିଷ୍ଠ ନେତା ତାଙ୍କୁ ମନେ ପକାଇଛନ୍ତି।  ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପୁଣ୍ୟତିଥିକୁ ବିଜେପି ବଳିଦାନ ଦିବସ ରୂପେ ପାଳନ କରୁଛି।

ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ଆଦର୍ଶ ଆମ ପାଇଁ ପ୍ରେରଣା ବୋଲି ଟୁଇଟ କରି କହିଛନ୍ତି ମୋଦି। ସେ ଆହୁରି ମଧ୍ୟ ଲେଖିଛନ୍ତି,‘‘ ଜଣେ ନିଷ୍ଠାପର ଦେଶଭକ୍ତ ଭାବେ ଦେଶର ଏକତା ଓ ଅଖଣ୍ଡତା ପାଇଁ ଡକ୍ଟର ମୁଖର୍ଜୀ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ।‘‘

ସେହିପରି କାର୍ଯ୍ୟକାରୀ ସଭାପତି ଜଗତପ୍ରସାଦ ନଡ୍ଡା ଏହି ଅବସରରେ କହିଛନ୍ତି ତାଙ୍କର ଭାରତର ଅଖଣ୍ଡତା ପାଇଁ କରିଥିବା ତ୍ୟାଗକୁ କେବେ ବି ଭୁଲି ହେବନି ବୋଲି କହିଥିଲେ।

ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ଅମିତ ଶାହ, ମନୋଜ ତିୱାରୀ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

୧୯୦୧ ମସିହା ଜୁଲାଇ ୬ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ମୁଖର୍ଜି। ୧୯୫୩ ମସିହା ଜୁନ ୨୩ ଅର୍ଥାତ ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା।

Comment