ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ହେଲମେଟରେ ବାଇକ ଆରୋହୀ ଖଣ୍ଡଗିରି ଓଭରବ୍ରିଜରୁ ରସୁଲଗଡ଼ ଓଭରବ୍ରିଜ ପର୍ଯ୍ୟନ୍ତ ଯାତାୟତ କରିପାରିବେ ନାହିଁ। ନିକଟରେ ଏଭଳି କଟକଣା ଜାରି କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। କଟକଣା ଜାରି ହେବାର ୨ ଦିନ ପର୍ଯ୍ୟନ୍ତ ଓଭରବ୍ରିଜ ଉପରେ କଟକଣା କାମ କରିଥିଲା। ହେଲମେଟ ବିନା ଯାଉଥିବା ଗାଡ଼ି ଚାଳକଙ୍କୁ ଧରି ଜରିମାନା ଆଦାୟ ମଧ୍ୟ କରିଥିଲା।

ହେଲେ ଦୁଇ ଦିନ ପରେ ପୁଣି ପୂର୍ବ ସ୍ଥିତି। ପୂର୍ବରୁ ବାଇକ ଚାଳକ ବିନା ହେଲମେଟରେ ଯେମିତି ଓଭରବ୍ରିଜରେ ଯାଉଥିଲେ ଏବେ ସେମିତି ଯାଉଛନ୍ତି। ପୋଲିସ ମଧ୍ୟ କଟକଣାକୁ ଭୁଲି ଯାଇଛି।  ଓଭରବ୍ରିଜରେ ପୋଲିସ ତରଫରୁ କୌଣସି ଚେକିଙ୍ଗ୍ ମଧ୍ୟ ହେଉନାହିଁ।

ତେବେ ଏହି ନିୟମ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଘୋଷଣା ହୋଇଥିଲା ମାତ୍ର ଦୁଇ ଦିନ ପରେ ଉଭୟ ପୋଲିସ ଏବଂ ବାଇକ ଚାଳକ ନିୟମକୁ ଫୁ କରିଛନ୍ତି।

ଏହାପୂର୍ବରୁ ମଧ୍ୟ କମିଶନରେଟ ପୋଲିସର ‘ନୋ ହେଲମେଟ ନୋ ପେଟ୍ରୋଲ’ ସଚେତନ କ୍ୟାମ୍ପେନ ଆରମ୍ଭ କରିଥିଲା। ମାତ୍ର ଏହା ବି ବିଫଳ ହୋଇଛି। ଏଭଳି ଗୋଟିଏ ପରେ ଗୋଟିଏ ପଦକ୍ଷେପ ବିଫଳ ହେବା ପରେ ଏହିସବୁ କଟକଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment