ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବାଇକ୍ ପଛରେ ବସୁଥିବା ଲୋକ ମଧ୍ୟ ହେଲମେଟ୍ ପିନ୍ଧିବେ। ନଚେତ୍ ଗାଡ଼ିଚାଳକଙ୍କୁ ଫାଇନ୍ ଗଣିବାକୁ ପଡ଼ିବ। ଶନିବାର ରାଜ୍ୟର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦିଲ୍ଲୀର ସଡ଼କ ସୁରକ୍ଷା ବୈଠକରେ ଯୋଗଦେଇ ଫେରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ମନ୍ତ୍ରୀ ପଦ୍ମନାଭ ବେହେରା ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ସଡ଼କ ସୁରକ୍ଷା ବିୈଠକରେ ନୂଆ ମୋଟର ଯାନ ଆଇନକୁ ନେଇ ଅନେକ ଆଲୋଚନା କରାଯାଇଛି। ଏଥିରେ ଫାଇନର ପରିମାଣ କମାଇବାକୁ ନେଇ ଆଲୋଚନା ହୋଇଛି କିନ୍ତୁ ଆଇନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମନ୍ତ୍ରୀ କହିଥିଲେ।

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥମାନଙ୍କରେ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମୋବାଇଲ୍ ଭ୍ୟାନ୍ ରହିବ। ଏହି ଭ୍ୟାନଗୁଡ଼ିକ ଦ୍ରୁତ ଗାଡ଼ି ଚାଳନା ଉପରେ ରୋକ ଲଗାଇବ। ଏହାସହ ସ୍ୱତନ୍ତ୍ର ସ୍କ୍ୱାଡମାନେ ମଧ୍ୟ ଗାଡ଼ିଚାଳକମାନଙ୍କ ଦ୍ରୁତ ଗାଡ଼ି ଚାଳନା ଉପରେ ରୋକ ଲଗାଇବେ ବୋଲି ମନ୍ତ୍ରୀ କହିଛନ୍ତି।

Comment