ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ଇନ୍ଦୋରରେ ବିଜେପି ବିଧାୟକଙ୍କ ଦବଙ୍ଗଗିରି ଦେଖାଇଛନ୍ତି। ଇନ୍ଦୋର-୩ର ବିଜେପି ବିଧାୟକ ଆକାଶ ବିଜୟଭର୍ଗୀୟ ଜଣେ ମହାନଗର ନିଗମ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ମାଡ଼ ମାରିଛନ୍ତି। ଏହି ଘଟଣା ପରେ ବିଧାୟକଙ୍କୁ ଗିରଫ କରାଯାଇଛି।

ବିଧାୟକ ବିଜୟଭର୍ଗୀୟଙ୍କର ଜଣେ ସହଯୋଗୀଙ୍କ ଘରକୁ ଇନ୍ଦୋର ମହାନଗର ନିଗମ ବିପଦପୂର୍ଣ୍ଣ ବୋଲି ଘୋଷଣା କରିଥିଲେ। ଏଥିପାଇଁ ଏହି ଘରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ଇନ୍ଦୋର ମହାନଗର ନିଗମ।  କିନ୍ତୁ ଏହାକୁ ବିରୋଧ କରିଥିଲେ ବିଧାୟକ ଆକାଶ।

ଘରକୁ ଭାଙ୍ଗିବାକୁ ଆସିଥିବା ଅଧିକାରୀଙ୍କୁ ସେ ଘର ଭାଙ୍ଗିବାକୁ ବାରଣ କରିଥିଲେ ଏବଂ ପରେ ବିଧାୟକ ଆକାଶ ଓ ତାଙ୍କର କିଛି ସହଯୋଗୀ ମିଶି ମହାନଗର ଅଧିକାରୀଙ୍କୁ ବ୍ୟାଟରେ ମାରିଥିଲେ।

ବିଧାୟକଙ୍କର  ଏହି ଦବଙ୍ଗଗିରିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ପୋଲିସ ଆସି ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଏହାପରେ ବିଧାୟକ ଓ ତାଙ୍କ ୧୦ ସହେଯାଗୀଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ପରେ ତାଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।

Comment