ଓଡ଼ିଶାଲାଇଭ ବ୍ୟୁରୋ

ବିଧାନସଭା ଅଧିବେଶନର ଆଜି ତୃତୀୟ ଦିନ ଏବଂ ଆଜି ହେବ ଉପବାସ୍ପତି ନିର୍ବାଚନ। ବିଜେଡି ଉପବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ନାଁ ଘୋଷଣା କରିଛି।

ଯେହେତୁ ବିଜେଡିର ସଂଖ୍ୟା ଗରିଷ୍ଠତା ରହିଛି ସେହି ଦୃଷ୍ଟିରୁ ରଜନୀକାନ୍ତ ଉପବାଚସ୍ପତି ହେବା ଏକ ପ୍ରକାର ସ୍ପଷ୍ଟ।

ସେପଟେ ଆଜିବି ଗୃହରେ ଚାଷୀ ସମସ୍ୟା ଓ ଫନି ଥଇଥାନ ପ୍ରସଙ୍ଗରେ ସରଗରମ ହୋଇପାରେ ଗୃହ। କୃଷି କୃଷକ ସମସ୍ୟାକୁ ନେଇ କଂଗ୍ରେସ ଦେଇଥିବା ମୁଲତବୀ ନୋଟିସ ଗ୍ରହଣ ହେଲେ ଏହି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।  ଏହି ପ୍ରସଙ୍ଗରେ ଗତକାଲି ଭଳି ଆଜିବି ସରକାରଙ୍କୁ ଘେରିପାରେ କଂଗ୍ରେସ।

ବିଜେପି ଫନି ପୁନରୁଦ୍ଧାର ଓ ଥଇଥାନ ପ୍ରସଙ୍ଗକୁ ନେଇ ପୃଥକ ଭାବେ ମୁଲତବୀ ନୋଟିସ ଆଣିପାରେ। ଏଥିସହ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଂଗ୍ରେସ ବିଜେଡି ଓ ବିଜେପିକୁ ଟାର୍ଗେଟ କରିପାରେ।

Comment