ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘କୌଣସି ଘଟଣା ମୁଁ ଲୁଚାଇ ନାହିଁ। ମୋ’ ଜୀବନ ଗୋଟେ ଖୋଲା ବହି। କଂଗ୍ରସ କରୁଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ’’, ଗଣମାଧ୍ୟମକୁ ଏହା କହିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ।

ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଏବଂ ବିଜେଡି ତାଙ୍କୁ ସମର୍ଥନ ଘୋଷଣା କରିବା ପରେ କଂଗ୍ରେସ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲା। ଅଶ୍ୱିନୀଙ୍କୁ ଖଣି ଦୁର୍ନୀତି ସହ ଛନ୍ଦିଥିଲା କଂଗ୍ରେସ। ଏହାସହ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି-ବିଜେଡିର ଡିଲ୍ ହୋଇଥିବା ଅଭିଯୋଗ କରିଥିଲା।

ଆଜି ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ଗଣମାଧ୍ୟମକୁ ବୟାନ ଦେଇ କଂଗ୍ରେସକୁ ରୋକଠୋକ୍ ଜବାବ ଦେଇଛନ୍ତି।

ଏହାସହ ଅଶ୍ଵିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘‘ରାଜ୍ୟସଭାରେ ଓଡ଼ିଶା ସ୍ଵାର୍ଥ ପ୍ରସଙ୍ଗ ଉଠାଇବି।’’

ଅଶ୍ଵିନୀ ବୈଷ୍ଣବ ପୂର୍ବତନ ଆଇଏଏସ ଅଫିସର ଥିଲେ ଓ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ରହିଥିଲେ।

Comment