ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବିଶ୍ଵକପର ୩୯ତମ ମ୍ୟାଚରେ ଆଜି ଚେଷ୍ଟର ଲି ଷ୍ଟ୍ରିଟରେ ଓ୍ଵେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଓ୍ଵେଷ୍ଟଇଣ୍ଡିଜର ବିଶ୍ଵକପରେ ସେମିଫାଇନାଲ ଦୌଡ଼ରୁ ବାଦ ପଡିଥିବା ବେଳେ ଶ୍ରୀଲଙ୍କାର ଆଶା ରହିଛି। ଯଦି ଇଂଲଣ୍ଡ ଓ ପାକିସ୍ତାନ ଓ ବାଂଲାଦେଶ ତାଙ୍କ ପରବର୍ତ୍ତୀ ମ୍ୟାତ ଗୁଡ଼ିକ ପରାଜୟ ହୁଅନ୍ତି ଓ ଶ୍ରୀଲଙ୍କା ତାର ଆଗାମୀ ଦୁଇଟି ମ୍ୟାଚରେ ବିଜୟୀ ହେବ ତେବେ ଶ୍ରୀଲଙ୍କାର ଆଶା ରହିବ ନଚେତ ବିଶ୍ଵକପରୁ ବିଦା ହେବାକୁ ପଡ଼ିବ।

ଶ୍ରୀଲଙ୍କା ୭ଟି ମ୍ୟାଚ ଖେଳି ୨ଟି ବିଜୟ, ୩ଟି ପରାଜୟ ଓ ୨ଟି ବାତିଲ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଏହି ମ୍ୟାଚକୁ ଶ୍ରୀଲଙ୍କାକୁ ଜିତିବାକୁ ହେଲେ ଡିମୁଥ କରୁଣାରତ୍ନେ, ଆଞ୍ଜେଲୋ ମାଥ୍ୟୁସ ଓ ଲାସିଥ ମାଲିଙ୍ଗାଙ୍କ ଭଳି ଦକ୍ଷ ଖେଳାଳିଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି।

ଓ୍ଵେଷ୍ଟଇଣ୍ଡିଜ ପାଇଁ ଚଳିତ ବିଶ୍ଵକପ ଭଲ ରହିନଥିଲେ ମଧ୍ୟ ଦଳର ବ୍ୟାଟ୍ସମ୍ୟାନମାନଙ୍କ ଦକ୍ଷତା ରହିଛି ମ୍ୟାଚ ଜିତାଇବା ପାଇଁ। ଦଳ ଏହି ମ୍ୟାଚ ଜିତିଲେ ମଧ୍ୟ ସେମିଫାଇନାଲରୁ ବାଦ ପଡ଼ିସାରିଛି। ଏହି ମ୍ୟାଚରେ ଲାସିଥ ମାଲିଙ୍ଗା ଓ୍ଵେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନମାନଙ୍କୁ ଚିନ୍ତାରେ ପକାଇ ପାରନ୍ତି।

Comment