ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଓଡ଼ିଶାରେ ସଦସ୍ୟ ଖୋଜିଲା ବିଜେପି, ଟାର୍ଗେଟରେ ୫୦ ଲକ୍ଷ ସଭ୍ୟ

ଓଡ଼ିଶାରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେପି। ଏକାମ୍ର-ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଭିମଟାଙ୍ଗିଠାରେ ଏହି ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ବିଜେପିର ସଭ୍ୟ ସଂଖ୍ୟାକୁ ୫୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ରାଜ୍ୟର ସମସ୍ତ ୩୬ ହଜାର ବୁଥରେ ବ୍ୟାପକ କରାଯିବ।

ପାଟକୁରାରେ କିଏ ନେବ ‘ଅନୁକମ୍ପା’ ଭୋଟ – ବିଜୟ ନା ସାବିତ୍ରୀ?

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଜୁଲାଇ ୨୦ରେ ହେବ ଭୋଟ। ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ପାଟକୁରାର ରାଜନୀତି ମଇଦାନ ସରଗରମ ହୋଇ ଉଠିଛି। ବିଭିନ୍ନ ଦଳର ନେତା ଏବେ ପାଟକୁରାରେ ଡେରା ପକାଇଛନ୍ତି।

ସଙ୍କଟରେ କର୍ଣ୍ଣାଟକ ସରକାର : କଂଗ୍ରେସ-ଜେଡିଏସର ୧୨ ବିଧାୟକ ଦେଲେ ଇସ୍ତଫା

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସଙ୍କଟରେ ପଡ଼ିଛି। କଂଗ୍ରେସ ଓ ଜେଡିଏସର ୧୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଜେଡିଏସ୍‌ ୩ ଓ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି। ବିଧାୟକମାନେ ଇସ୍ତଫା ଦେବାକୁ ଆଜି ବିଧାନସଭାକୁ ଆସିଥିଲେ। ହେଲେ ବାଚସ୍ପତି ଅନୁପସ୍ଥିତ ଥିବାରୁ ସଚିବଙ୍କୁ ବିଧାୟକମାନେ ଇସ୍ତଫାପତ୍ର ଦେଇଥିଲେ।

ବାହାରିନ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା

ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆଡ଼ମ୍ବରପୂର୍ଣ୍ଣ ଭାବେ ରଥଯାତ୍ରା ପାଳିତ ହୋଇଛି। ପାରମ୍ପରିକ ରୀତିନୀତିରେ ତିନି ଠାକୁରଙ୍କର ପୂଜାର୍ଚ୍ଚନା ଶେଷ ହେବା ପରେ ଛେରା ପହଁରା ହୋଇଥିଲା। ପରେ ଭକ୍ତମାନେ ରଥ ଟାଣିଥିଲେ। ରଥଯାତ୍ରା ଅବସରରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ବିଶ୍ୱକପ୍‌ରେ ପଞ୍ଚମ ଶତକ ମାରି ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ର ୪୪ତମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଆଉ ଏକ ରେକର୍ଡ କରିଛନ୍ତି। ଆଜିର ମ୍ୟାଚ୍‌ରେ ୯୨ ବଲ୍‌ରେ ରୋହିତ ଶର୍ମା ଏକ ଦମ୍‌ଦାର ଶତକ ଲଗାଇଛନ୍ତି। ଏଥିସହିତ ଗୋଟିଏ ବିଶ୍ୱକପ୍‌ରେ ପଞ୍ଚମ ଶତକ ମାରିବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି ରୋହିତ ଶର୍ମା।

୧୦୦ ୱିକେଟ୍ କ୍ଲବ୍‌ରେ ସାମିଲ ହେଲେ ଜସ୍‌ପ୍ରୀତ୍‌ ବୁମ୍‌ରା

ଭରୀତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ୟର୍କର ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରା ଆଉ ଏକ ରେକର୍ଡ ହାସଲ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ବୁମ୍‌ରା ୧୦୦ ୱିକେଟ୍ କ୍ଲବ୍‌ରେ ପହଞ୍ଚିଛନ୍ତି। ପୂର୍ବରୁ ଦିନିକିଆ କ୍ରିକେଟ୍‌ରେ ବୁମ୍‌ରା ୫୬ଟି ମ୍ୟାଚ୍‌ ଖେଳି ୯୯ ୱିକେଟ୍ ସଂଗ୍ରହ କରିଥିଲେ। ତେବେ ଆଜିର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବୁମ୍‌ରା ପ୍ରଥମ ୱିକେଟ୍ ନେଇ ୧୦୦ ୱିକେଟ୍ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ଅରୁଣ ବୋଥ୍ରା ହେଲେ CRUTର ପରିଚାଳନା ନିର୍ଦ୍ଦେଶକ

ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଏନେଇ ଶନିବାର ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅରୁଣ ବ୍ରୋଥା ହେଉଛନ୍ତି ୧୯୯୬ ମସିହା ବ୍ୟାଚ୍‌ ଆଇପିଏସ୍‌ ଅଫିସର। ଏହା ପୂର୍ବରୁ ବଲୱନ୍ତ ସିଂହ ସିଆରୟୁଟିର ପାରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ଗତ ଜୁନ୍‌ ମାସରେ ବଲୱନ୍ତ ସିଂହ ପୁରୀ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି।

ଝାରସୁଗୁଡ଼ା ବେଦାନ୍ତ ୟୁନିଟ୍‌ରେ ନିଆଁ, ୭ ଆହତ

ଝାରସୁଗୁଡ଼ାସ୍ଥିତ ବେଦାନ୍ତ ୟୁନିଟରେ ନିଆଁ। ବେଦାନ୍ତ କାରଖାନା ଭିତରେ ଥିବା ଜିଏବି ପ୍ଲାଣ୍ଟର ଅଏଲ ରିଫ୍ଲେକ୍ଟର ସିଷ୍ଟମରେ ହଠାତ୍ ନିଆଁ ଲାଗିଯିବାରୁ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବେଦାନ୍ତ କାରଖାନା ପରିସରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ଜଣକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି। ଅନ୍ୟ ୬ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

ବିଜେଡି-ବିଜେପି ‘ବନ୍ଧୁତ୍ୱ’ର ନୂଆ ନଜିର

ଶାସକ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଦିନକୁ ଦିନ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି। ଉଭୟ ଦଳ ସରକାର ଗଠନ ପରଠାରୁ ଏତେ ମାତ୍ରାରେ ପରସ୍ପର ଆଡ଼କୁ ଢଳିବାରେ ଲାଗିଛନ୍ତି ଯେ ତାହାର ଟେର ପାଇବା ବି କଷ୍ଟକର ହୋଇ ପଡୁଛି। ବିଗତ ଦୁଇ ମାସ ଭିତରେ ବିଜେଡି ଓ ବିଜେପି ଉଭୟେ ଉଭୟଙ୍କର ଆବଶ୍ୟକତାକୁ କେବଳ ଅନୁଭବ କରିଛନ୍ତି ତାହା ନୁହେଁ, ସେ ଦିଗରେ କାମ ମଧ୍ୟ କରିବାକୁ ପଛାଉନାହାନ୍ତି।

ବିଶ୍ଵକପ ପରେ ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ସୋଏବ ମଲ୍ଲିକ

ପାକିସ୍ତାନର ଭେଟରାନ କ୍ରିକେଟର ସୋଏବ ମଲ୍ଲିକ ଶୁକ୍ରବାର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଚଳିତ ବିଶ୍ଵକପର ବାଂଲାଦେଶ ବିପକ୍ଷରେ ଶେଷ ଲିଗ ମ୍ୟାଚ ପରେ ଏହି ଘୋଷଣା କରିଛନ୍ତି।

ଜନ୍ମଦିନରେ ‘୮୩’ର ପ୍ରଥମ ଲୁକ୍ ସେୟାର କଲେ ରଣବୀର

ବଲିଉଡ ଅଭନେତା ରଣବୀର ସିଂହଙ୍କର ଆଜି ଜନ୍ମଦିନ। ଏ ବର୍ଷ ରଣବୀର ତାଙ୍କ ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଣବୀର ତାଙ୍କ ଆଗାମୀ ଫିଲ୍ମ ‘୮୩’ର  ପ୍ରଥମ ଲୁକ ସେୟାର କରିଛନ୍ତି। ଏଥିରେ ସେ ବିଲକୁଲ କପିଲ ଦେବଙ୍କ ଭଳି ଦିଶୁଛନ୍ତି।

ଶ୍ରୀଲଙ୍କା ବିପକ୍ଷରେ ଶେଷ ଲିଗ୍ ମ୍ୟାଚ ଖେଳିବ ଭାରତ

ଆଇସିସି ବିଶ୍ଵକପର ୪୪ତମ ମ୍ୟାଚ ଲିଡ୍ସରେ ଭାରତ – ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ। ଚଳିତ ବିଶ୍ଵକପରେ ଶ୍ରୀଲଙ୍କା ବିଶ୍ଵକପ ସେମିଫାଇନାଲରୁ ବାଦ ପଡ଼ିଥିବା ବେଳେ ଭାରତର ସେମିଫାଇନାଲରେ ନିଜ ସ୍ଥିତି ବଜାୟ ରଖିଛି। ତେବେ ଏହି ମ୍ୟାଚ ଭାରତକୁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚାଇବାକୁ ସାହାଯ୍ୟ କରିବ।

ବାପା ସହ ବଚସା, ରୋଗିଣା ମା’କୁ କିରୋସିନି ଢ଼ାଳି ଜିଅନ୍ତା ଜାଳି ଦେଲା ପୁଅ

ବାପା ମା’ଙ୍କର ଇଚ୍ଛା ଥାଏ ଯେ ମୃତ୍ୟୁ ପରେ ତାଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଉ। ଏହା ଆମ ସମାଜର ମଧ୍ୟ ଏକ ପରମ୍ପରା। ହେଲେ ଏବେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି। ଏଠି ପୁଅ ମା’କୁ ଜିଅନ୍ତା ଜାଳି ଦେଉଛି।

ଗୁଇନ୍ଦା ବିଭାଗ ଜାରି କଲା ହାଇଆଲର୍ଟ, ପୁଣି ପୁଲଓ୍ୱାମାରେ ହୋଇପାରେ ଆକ୍ରମଣ

ପୁଣିଥରେ ରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ। ଏଥର ବି ପୁଲଓ୍ୱାମା ହାଇଓ୍ୱେରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ଟାର୍ଗେଟ କରି ପାରନ୍ତି। ଏନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି।

ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍। ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ସରୋଜଙ୍କ ଜାମିନ୍ ଆବେଦନକୁ ମଞ୍ଜୁରି କରିଛନ୍ତି। ୨ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ ତାଙ୍କୁ ଜାମିନ୍ ମିଳିଛି। ଏହାସହ ତଦନ୍ତରେ ସହଯୋଗ କରିବା ପାଇଁ କୋର୍ଟ ପାଟଣାଗଡ଼ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅତିଥି ଅଧ୍ୟାପକ ପାଇଁ ବିଜ୍ଞପ୍ତି  

ରେଭେନ୍ସା ବିଶ୍ଵବିଦ୍ୟାଳୟର ବଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ସାଷାତକାର କରାଯିବ। ଅଧିକ ଜାଣିବା ପାଇଁ www.ravenshawunivesity.ac.in ଯାଆନ୍ତୁ।

ଏମ୍‌ବିବିଏସ୍‌-ବିଡିଏସ୍‌ରେ ଆଜିଠୁ ନାମଲେଖା

ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହୋଇଛି। ଚଳିତବର୍ଷ କୋଟାରେ ୧୨୧୮ ସିଟ୍ ପାଇଁ ନାମଲେଖା ହେବ। ପ୍ରଥମ ପର୍ଯ୍ୟାୟରେ ୧୧୬୪ ସିଟ୍ ପାଇଁ ଆଲଟମେଣ୍ଟ ହୋଇଛି।

୨ ଦିନ ବଢ଼ିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଦୁଇ ଦିନ ବୃଦ୍ଧି ପାଇଛି। ତାରିଖ ବୃଦ୍ଧି ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ନାମଲେଖା ପାଇଁ ଜୁଲାଇ ୩ରୁ ଜୁଲାଇ ୬ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରଣ ହୋଇଥିଲା।

ଆଗାମୀ ୨୪ ଘଣ୍ଟା ଯାଏଁ ବର୍ଷିବ

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ବର୍ଷା ଜାରି ରହିବ।

ଉଠୁଛି ପଡ଼ୁଛି ଗୁଣ୍ଡିଚା ମନ୍ଦିର, ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ବିଜେ କରିଛନ୍ତି କାଳିଆ ଠାକୁର। ନଅଦିନ ବ୍ୟାପି ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବୁଲିବାକୁ ଆସିଛନ୍ତି କାଳିଆ ସାଆନ୍ତ। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ଗୁଣ୍ଡିଚା ମନ୍ଦିର।

Comment