ଓଡ଼ିଶାଲାଇଭ ବ୍ୟୁରୋ

ଝାରସୁଗୁଡ଼ାସ୍ଥିତ ବେଦାନ୍ତ ୟୁନିଟରେ ନିଆଁ। ବେଦାନ୍ତ କାରଖାନା ଭିତରେ ଥିବା ଜିଏବି ପ୍ଲାଣ୍ଟର ଅଏଲ ରିଫ୍ଲେକ୍ଟର ସିଷ୍ଟମରେ ହଠାତ୍ ନିଆଁ ଲାଗିଯିବାରୁ ୭ ଜଣ ଆହତ ହୋଇଛନ୍ତି।

ଆହତମାନଙ୍କୁ ବେଦାନ୍ତ କାରଖାନା ପରିସରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ଜଣକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି। ଅନ୍ୟ ୬ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

Comment