ଓଡ଼ିଶାଲାଇଭ୍ ବ୍ୟୁରୋ

ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ।

ହେରାପଞ୍ଚମୀ ଦିନ ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ହଂସପଟାର କିଛି ଅଂଶ ଭାଙ୍ଗିଛନ୍ତି ମହାଲକ୍ଷ୍ମୀ। ଜଗନ୍ନାଥ ତାଙ୍କୁ ସାଥୀରେ ନ ନେଇ ଗୁଣ୍ଡିଚା ଯାତ୍ରା କରିଥିବାରୁ ଲକ୍ଷ୍ମୀ ରୋଷ ପ୍ରକଟ କରିଥିବାରୁ ସେ ନନ୍ଦିଘୋଷ ଚକ ଭାଙ୍ଗିଛନ୍ତି।

ଶ୍ରୀମନ୍ଦିରରୁ ଏକ ବିମାନରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିଲେ ମହାଲକ୍ଷ୍ମୀ। ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବା ପରେ ପତି ମହାପାତ୍ର ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରିଥିଲେ। ଏହାପରେ ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ମହାପ୍ରଭୁଙ୍କୁ ମୋହଚୂର୍ଣ୍ଣ ଦେଇ ବିମୋହିତ କରିଥିଲେ। ପରେ ନନ୍ଦିଘୋଷ ରଥର ହଂସପଟାର କିଛି ଅଂଶ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଲକ୍ଷ୍ମୀ ଠାକୁରାଣୀ।

Comment