ଓଡ଼ିଶାଲାଇଭ ବ୍ୟୁରୋ

କର୍ଣ୍ଣାଟକ ରାଜନୀତି ଉପରେ ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବାଚସ୍ପତିଙ୍କୁ ଭେଟି ବିଧାୟକମାନେ ଇସ୍ତଫାପତ୍ର ଦେଇ ପାରିବେ ବୋଲି କହିଛନ୍ତି କୋର୍ଟ।

ଅନ୍ୟପକ୍ଷରେ ବାଚସ୍ପତି ବିଧାୟକଙ୍କ ଇସ୍ତଫା ଉପରେ ଆଜି ସୁଦ୍ଧା ନିର୍ଣ୍ଣୟ ନେଇ କୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ରହିଛି।

ସେହିପରି ବିଦ୍ରୋହୀ ବିଧାୟକମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗଇ ଦେବାକୁ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହ ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଉଭୟ କଂଗ୍ରେସ ଓ ଜେଡିଏସର ଇସ୍ତଫା ଦେଇଥିବା ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ତାଙ୍କ ଇସ୍ତଫାପତ୍ର ମଞ୍ଜୁର କରିବାରେ ବାଚସ୍ପତି ଜାଣିଶୁଣି ବିଳମ୍ବ କରୁଥିବା ବିଧାୟକମାନେ ଅଭିଯୋଗରେ ଦର୍ଶାଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବାଚସ୍ପତିଙ୍କ କ’ଣ ନିଷ୍ପତ୍ତି ନେବେ ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ଏବେବି ବିଦ୍ରୋହୀ ବିଧାୟକଙ୍କୁ କଂଗ୍ରେସ ମନାଇବାକୁ ଉଦ୍ୟମ ଜାରି ରଖିଛି।

Comment