ଓଡ଼ିଶାଲାଇଭ୍ ବ୍ୟୁରୋ

ମହାବାହୁଙ୍କ ମହାବେଦୀ ମହୋତ୍ସବର ନବମ ଦିନରେ ମହାବେଦୀ ଛାଡ଼ି ରତ୍ନବେଦିଙ୍କୁ ବାହୁଡ଼ିବେ ଶୀଜୀଉମାନେ। ମହାବାହୁଙ୍କୁ ବାହୁଡ଼ି ନେବା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ହୋଇ ରହିଛି। ସକାଳୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପୁରୀରେ ଲାଗିଲାଣି।ଶ୍ରୀ

ଗୁଣ୍ଡିଚା ଆଡ଼ପ ମଣ୍ଡପରେ ଗୁରୁବାର ରାତିରୁ ଠିଆ ପହୁଡ଼ରେ ପ୍ରଭୁ ରହିଥିଲେ। ଶୀଘ୍ର ଶୀମନ୍ଦିର ଫେରିବା ପାଇଁ ଚାରମାଳ ବନ୍ଧା ସରିଛି। ଦଇତାପତିମାନେ ସମସ୍ତ ଗୁପ୍ତ ଶେଷ କରିଛନ୍ତି। ସକାଳୁ ଘଣ୍ଟ ଘଣ୍ଟା ଦୀପ, ଧୂପ, ମଙ୍ଗଳ ଆଳତୀ ହୋଇଥିଲା। ପରେ ମଇଲମ ଓ ତଡ଼ପଲାଗି ହୋଇଛି। ରୋଷ, ହୋମ ଅବକାଶ, ସୂଯ୍ୟ ପୂଜା ପରେ ଦ୍ୱାରପାଳ ପୂଜା ନୀତି ଶେଷ ହୋଇଛି। ମହାପ୍ରଭୁଙ୍କ ବେଶ ପାଇଁ ଦପର୍ଣ ଫୁଲମାଳର ପ୍ରସ୍ତୁତି ଚାଲିଛି। ଦଇତାପତିମାନେ ମହାପ୍ରଭୁଙ୍କୁ ସେନାପଟି ଲାଗି କରିଛନ୍ତି। ଏହାପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହେବ।

ଧାଡ଼ି ପହଣ୍ଡିରେ ୪ ଠାକୁର ରଥ ଉପରକୁ ବିଜେ କରିବେ। ପହଣ୍ଡ ପହଣ୍ଡ ହୋଇ ତିନି ଠାକୁର ରଥ ଉପରେ ବିଜେ କରିବେ।

ପ୍ରଭୁଙ୍କର ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ଶରଧାବାଲିରେ ଅପେକ୍ଷା କରି ରହିଛନ୍ତି।

Comment