ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ତିନି ରଥର ଛେରାପହଁରା ସେବା। ପ୍ରଥମେ ଗଜପତି ମହାରାଜା ଦିବ୍ୟସିଂହ ଦେବ ବଳଭଦ୍ର ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ତା’ପରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଛି। ରଥ ଉପରେ ଗଜପତି ଦର୍ଶନ ଓ ରାଜନୀତି କାର୍ଯ୍ୟ ସମାପନ କରିଥିଲେ। ବନ୍ଦାପନା, କପୂର ଆଳତୀ, ଚାମର ପରେ ପୟମାଳା କାର୍ଯ୍ୟ ସମାପନ କରିଥିଲେ।

ତିନିରଥରୁ ଚାରମାଳ ଓହ୍ଲାଯିବ। ଭୋଇ ସେବକ ଓ ମହାରଣା ସେବକମାନେ ଲଗାଇଥିବା ବେଳେ ସେମାନେ ପ୍ରଭୁ ରଥାରୂଢ଼ ପରେ ଫିଟାଇଥିଲେ।

ଚାରମାଳ ଫିଟାଯିବା ପରେ ଘୋଡ଼ା ବନ୍ଧାଯିବ। ରଥ ଉପରେ ସମସ୍ତ ନୀତି କାର୍ଯ୍ୟ ଶେଷ ହେବା ପରେ ରଥ ଦଉଡ଼ି ଛୁଇଁବା ରଥ ଟାଣିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଗଭୀର ଉତ୍କଣ୍ଠା ଦେଖିବାକୁ ମିଳିଛି। ହରିବୋଲ ହୁଳହୁଳିରେ ରଥ ଦାଣ୍ଡ କମ୍ପି ଉଠିଛି।

ଏହାପରେ ତିନିରଥ ଟଣା ହୋଇ ସିଂହଦ୍ୱାରରେ ଲାଗିବ।

ପବିତ୍ର ବାହୁଡ଼ା ଯାତ୍ରାରେ ଶରଧାବାଲିରେ ପାଖାପାଖି ୧୦ ଲକ୍ଷରୁ ଅଧିକ ଭକ୍ତ ସମାଗମ ହୋଇଛନ୍ତି।

Comment